ତେଲକୋଇ, ୨୭/୬: ଘର ପାଖ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜୁଆଙ୍ଗ ଜନଜାତିର ଜଣେ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଧନେଶ୍ଵର ଜୁଆଙ୍ଗ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ କୁଳଙ୍ଗ ବଲାଙ୍ଗି ସାହିରେ ବୋଲି ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଧନେଶ୍ଵର ଆଜି(ଶୁକ୍ର ବାର) ନିକଟସ୍ଥ ଝିଙ୍କ ଦରି ଜଙ୍ଗଲକୁ ଛେଳି ଓ ଗୋରୁ ଚରାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଶୁଣ୍ଢରେ ଧରି କଚାଡ଼ିବା ପରେ ପିଠି ଓ ଛାତିରେ ଚଢ଼ିଯାଇଥିଲା ହାତୀ । ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିବା ପରେ ହାତୀକୁ ଘଉଡାଇବା ସହିତ ଧନେଶ୍ଵରଙ୍କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ଧନେଶ୍ଵରଙ୍କ ମୃତ୍ୟୁ ହୋଇ ସାରିଥିଲା।