ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନାରୀ ନିର୍ଯାତନା ପ୍ରତିବାଦରେ ଧରଣୀଧର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ର ବିଜେଡିର ବିକ୍ଷୋଭ

Published By : Harapriya Sethi | June 25, 2025 1:23 PM

କେନ୍ଦୁଝର,୨୫/୦୬: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଦ୍ରୁତ ଅବନତି ଓ ବଢୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ବିଜୁ ଜନତା ଦଳର  ଛାତ୍ର ସଂଗଠନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଧରଣୀଧର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦୁଝର ଜିଲ୍ଲାର ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତେଳାପଶିରେ ନାବାଳିକା ଛାତ୍ରୀ ସହ ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହେବା ପରେ ଅପରାଧିଙ୍କ ଚରାଭୂଇଁ ପାଲଟିଛି ଓଡିଶା । 

ବିଜେଡିର ବରିଷ୍ଠ ଛାତ୍ରନେତା ତଥା ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଆଶିଷ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ଯେ, ୨୦୨୪ମସିହା ପରଠାରୁ ଦୁଷ୍କର୍ମ,ସାଇବର ଠକେଇ,ଚୋରି , ରାହାଜାନି, ସଡକ ଦୁର୍ଘଟଣା,ଡକାୟତି ଆଦି ବଢି ଚାଲିଥିବା ବେଳେ ୨୦୨୪ମସିହାରେ ଶତକଡା ୮ପ୍ରତିଶତ ଏହି ଅପରାଧ ବଢିଛି । ରାଜ୍ୟରେ ଏକବର୍ଷ ମଧ୍ୟରେ ୨ଲକ୍ଷ ୧୪ହଜାର ୧୧୩ଟି ମାମଲା ଏପରି ଘଟଣାରେ ପଞ୍ଜୀକୃତ ହୋଇଥିବା ସେ ପ୍ରକାଶ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳାର ଅବନତି ଚରମସୀମାରେ ପହିଞ୍ଚିଛି । ମହିଳାମାନଙ୍କ ବିରୋଧରେ ଘଟିଥିବା ଅପରାଧରେ ମାତ୍ର ୫.୫୭ପ୍ରତିଶତ ଦଣ୍ଡବିଧାନ ହୋଇଥିବା କଥା ଛାତ୍ରନେତାମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ବୁଧବାର ଦିନ ଧରଣୀଧର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିଜେଡି ଛାତ୍ରନେତାମାନେ କଳାବ୍ୟାଜ ପିନ୍ଧି ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିଥିଲେ । 

ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ଛାତ୍ର ନେତା ଆଶିଷ ଆଚାର୍ଯ୍ୟ, ମନ୍ମଥ ଘଣା, ସୋମନାଥ ବେହେରା, ଦେବଶିଷ ନାୟକ, କେକୀ କାକଲି, ଶିବା ମୁଖି, ପ୍ରଶାନ୍ତ ପରିଡା, ଜୟପ୍ରକାଶ ରାଉତ, ଚିନ୍ମୟ ଦାସ, ଆଦର୍ଶ ବାରିକ, ଆକାଶ ବାରିକ, ଏମ. ଡ଼ି. ଆଜି.ଅରମାନ ହୁସେନ,ବାବି ପଟ୍ଟନାୟକ, ଅଭିଷେକ ରାଉତ, ବାପୁନ ବାରିକ, କୁନାଲ ସାହ, ସୋଭାଗ୍ୟ ସାହୁ, ପ୍ରତିକ ମହାନ୍ତ, ଜଗନ, ରଞ୍ଜନ ପିଙ୍କୁ, ଓମ୍ ପଟ୍ଟନାୟକ, ରାକେଶ ବେହେରା, ହାପି ଖୁଣ୍ଟିଆ, ଦୀପକ ପ୍ରଧାନ, ବିଜୟ ଜିତ, ଆର୍ଯ୍ୟନ, ଜ୍ଞାନ ମହାପାତ୍ର, ପ୍ରମେଶ୍ୱର ବାରିକ, ଏମ. ଡ଼ି ସଫିକ, ନାଶିର ତବ୍ରେଜ, ଭାଗିରଥି ପ୍ରଧାନ, ବଳିଆ କୁମାର ବାରିକ, ଆଶିଷ ଖୁଣ୍ଟିଆ,ସତ୍ୟଜିତ, ମନ୍ତ୍ରୀ ଶୁଭମ ଘଡେଇ ପ୍ରମୁଖ ସାମିଲ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.