ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଇସ୍‌କ୍ରିମ୍ କାଠି ଓ ତୁଳସୀ ମାଳି ନନ୍ଦିଘୋଷରେ ବିରାଜିଲେ ମହାବାହୁ

Published By : Rasmita Pradhan | June 25, 2025 2:25 PM

ଭୁବନେଶ୍ବର, ୨୫/୬ : ଆଇସ୍‌କ୍ରିମ୍ କାଠି ଓ ତୁଳସୀ ମାଳିରେ ତିଆରି ହୋଇଛି କୁନି ନନ୍ଦିଘୋଷ। ଆଉ ଏହି କୁନି ନନ୍ଦିଘୋଷକୁ ବିଜେ ହୋଇଛନ୍ତି ସ୍ଵୟଂ ଜଗନ୍ନାଥ। ପୁରୀ ସହରର ସିଦ୍ଧମହାବୀର ନିକଟ କୁମୁଡ଼ି ପାଟଣାର ବିଶ୍ବଜିତ ନାୟକ ଏହି କୁନି ନନ୍ଦିଘୋଷ ତିଆରି କରିଛନ୍ତି। ଆଇସ୍‌କ୍ରିମ୍ କାଠି, ତୁଳସୀ ମାଲି ଏବଂ ଅଠା ବ୍ୟବହାର କରି ସେ ନିଖୁଣ ଭାବରେ ଏକ କ୍ଷୁଦ୍ର ରଥ ତିଆରି କରିଛନ୍ତି। ଏହାର ଉଚ୍ଚତା ୮ ଇଞ୍ଚି, ଏବଂ ପ୍ରସ୍ଥ ୭ ଇଞ୍ଚି ରହିଛି। ଏହି କୁନି ରଥ ତିଆରି କରିବାକୁ ବିଶ୍ଵଜିତ ୧୭୫ଟି ଆଇସକ୍ରିମ୍ କାଠି ଏବଂ ୫୫୧ଟି ତୁଳସୀ ମାଳି ବ୍ୟବହାର କରିଛନ୍ତି। ଏହି ରଥ ତିଆରି କରିବାକୁ ତାଙ୍କୁ ୬ ଦିନ ସମୟ ଲାଗିଛି। 

୨୪ ବର୍ଷୀୟ ବିଶ୍ବଜିତ ନାୟକ ଭୁବନେଶ୍ବରସ୍ଥିତ ଏକ ଘରୋଇ କଲେଜରେ ଇଂଜିନିୟରିଂ ଛାତ୍ର। ସେ ବି. ଟେକ୍‌ ଅଧ୍ୟୟନ କରୁଛନ୍ତି। ରଥଯାତ୍ରା ଆସିଲେ, ପାଠ ପଢ଼ାରୁ ଟିକିଏ ବାହାର ଦୁନିଆକୁ ଚାଲି ଆସିଥାନ୍ତି। କିଛିବର୍ଷ ହେଲା ସେ ରଥାକୃତି ପ୍ରସ୍ତୁତ କରୁଛନ୍ତି। ତାଙ୍କର କଳାକୃତି ଜନମାନସରେ ଗ୍ରହଣୀୟ ହୋଇପାରିଛି। ବିଶ୍ବଜିତ ୨୦୨୦ରେ ପ୍ରଥମେ ନନ୍ଦିଘୋଷ ରଥାକୃତି ପ୍ରସ୍ତୁତ କରିଥିଲେ। ଏହା ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିଲା। ସେହି ରଥାକୃତିରେ ମଧ୍ୟ ଆଇସକ୍ରିମ୍ କାଠି ବ୍ୟବହାର ହୋଇଥିଲା। ୨୦୨୧ରେ ମଧ୍ୟ ଆଇସକ୍ରିମ କାଠିରୁ ରଥକୃତି ପ୍ରସ୍ତୁତ କରିଥିଲେ। ୨୦୨୩ରେ ହାଇଦ୍ରବାଦ ଥିବା ବେଳେ ମଧ୍ୟ ସେ ରଥାକୃତି ପ୍ରସ୍ତୁତ କରିଥିଲେ। ସେ କଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.