ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରଥଯାତ୍ରା ନାଁରେ ସାଇବର ଠକେଇ, ହୋଟେଲ ବୁକିଙ୍ଗ ଆଳରେ ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି

Published By : Suraj Kumar | June 25, 2025 4:42 PM

କଟକ,୨୫।୬ ରଥଯାତ୍ରା ସମୟରେ ସାଇବର ଠକ ସକ୍ରିୟ ହୋଇଛନ୍ତି । ଜାଲ ଓ୍ବେବସାଇଟ କରି ହୋଟେଲ ବୁକିଙ୍ଗ ନା ରେ ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି। ଏନେଇ ପୋଲିସ ପାଖରେ ଅଭିଯୋଗ ଆସିବା ପରେ କ୍ରାଇମ ବ୍ରାଞ୍ଚ ସାଇବର ସେଲ ସକ୍ରିୟ ହୋଇଛି। ଇଣ୍ଟରନେଟରେ ଥିବା ପ୍ରାୟ ୧୧ ଟି ଜାଲ ହୋଟେଲ ବୁକିଂ ୱେବସାଇଟକୁ ହଟାଯାଇଛି।

ବିଭିନ୍ନ ସୂତ୍ରରୁ ପୋଲିସକୁ ଏଭଳି ୩୧୭ ଟି ଠକେଇ ଅଭିଯୋଗ ଆସିଥିଲା। ସେହି ଆଧାରରେ ସାଇବର ସେଲ ତତ୍ପରତା ଦେଖାଇଛି।  ଅନ୍ୟପଟେ ଏକ ନିର୍ଦେଶାବଳି ମଧ୍ୟ ଜାରି ହୋଇଛି। କିଛି ପ୍ରତିଷ୍ଠିତ ୱେବସାଇଟରେ ହୋଟେଲ ବୁକ କରିବା, ଟଙ୍କା ପୈଠ ପୂର୍ଵରୁ ଫୋନ କରି ହୋଟେଲ ସହ କଥା ହେବା, ହୋଟେଲ ଭଡା ଅଧା ପୈଠ କରିବା, ୟୁପିଆରେ ନ ଦେଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଦେବା, ଶସ୍ତାରେ ରୁମ ଦେଉଥିଲେ ତାଠାରୁ ଦୁରେଇ ରହିବା, ୱେବସାଇଟରୁ review ଓ rating ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି। ଠକାମିରେ ପଡିଲେ ତୁରନ୍ତ ୧୯୩୦ ରେ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.