ଦେଓଗାଁ,୨୫/୦୬: ମହିଳା ନିର୍ଯାତନା ବିରୁଦ୍ଧରେ ଦେଓଗାଁ ବ୍ଲକ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କଲେଜ ବନ୍ଦ ଡାକରା ଦିଆଯାଇଥିଲା । ବୁଧବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ବସଷ୍ଟାଣ୍ଡଠାରୁ ବିଜୁ ଯୁବ ସଭାପତି ଶୈଲେନ୍ଦ୍ର କୁମାର ସାହୁଙ୍କ ସଭପତିତ୍ୱରେ ଯୁବକ ଓ ଛାତ୍ରମାନେ ବାଇକ୍ ରାଲିରେ ବାହାରି ପିକେଟିଂ କରି କଲେଜଗୁଡ଼ିକୁ ବନ୍ଦ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଜେଡ଼ି ଛାତ୍ର ସଭାପତି ଦୀପକ ବେହେରା, ମୁକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ, ବିଜେଡ଼ି ଯୁବନେତା ଅନ୍ତର୍ଯ୍ୟାମୀ ଭୋଇ, ରିତୁ ବୁଡେକ୍, ରାଜପ୍ରତାପ ସିଂଦେଓ, ବୁଦ୍ଧଦେବ ପରୁଆ, ଯୁଗେଶ୍ୱର୍ ସାହୁ, ଅତି ବାରିକ, ସୁନିଲ ମେହେର, ନିଗମ ଦଳେଇ, ବିଜୟ ରଣା, ଅଭିମନ୍ୟୁ କାର୍ତ୍ତିକ ମଲ୍ଲିକ, ଆଲୋକ ସିଂ ନିନା, ଜାଗେ, ରାକେଶ ଗଡତ୍ୟା ପ୍ରମୁଖ ସାମିଲ ଥିଲେ ।