ବଲାଙ୍ଗୀର,୨୫/୦୬: ରାଜ୍ୟରେ ଓ ବିଶେଷ କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ବଢୁଥିବା ନାରୀ ନିର୍ଯାତନା ବିରୋଧରେ ବୁଧବାର ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟଠାରେ ବିଜୁ ଜନତା ଛାତ୍ର ଦଳ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ କରୁଥିଲେ । ଏହି ସମୟରେ ପୁଲିସ ଜୋର ଜବରଦସ୍ତ ୬ଜଣଙ୍କୁ ଉଠାଇ ନେଇଛି । ପୁଲିସ ଛାତ୍ର ନେତାଙ୍କୁ ନେବା ବେଳେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପ୍ରାରମ୍ଭିକ ଭାବେ ୬ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

‘କିଛି ଲୋକ ଭାବୁଛନ୍ତି ମୋଦୀ ପ୍ରଥମ’…ଶଶିଥରୁରଙ୍କ ପ୍ର...