ଶଗଡ଼ା,୨୫/୦୬: ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଶଗଡା ଗ୍ରାମପଞ୍ଚୟତଠାରୁ ୧୦୦ ମିଟର ଦୂରରେ ସାପ୍ତାହିକ ହାଟ ଶୁକ୍ରବାର ଦିନ ବସେ । ସେହି ହାଟକୁ ୪ଟି ପଞ୍ଚାୟତର ଲୋକ ସପ୍ତାହକୁ ଥରେ ପନିପରିବା କିଣିବାକୁ ଏବଂ ଆଦିବାସୀମାନେ ବନ୍ୟଜାତ ଦ୍ରବ୍ୟ ବିକ୍ରି କରିବାକୁ ଆଣନ୍ତି । ସେଠାକାର କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷମାନେ ହାଟ ପଦାରେ ଥିବା ସରକାରୀ ଜାଗା ମାଡିବସି ଦୀର୍ଘ ବର୍ଷ ହେବ ଘର କରି ବେପାର କରି ଆସୁଥିଲେ । ମନମୁଣ୍ଡାଠାରୁ ଶଗଡା ଦେଇ ଗୁନ୍ଦୁଲିଆକୁ PWD ରାସ୍ତା ଯାଇଛି । ଶଗଡାଠାରେ ରାସ୍ତାର ଭିଡ଼ ଦେଖି ବୌଦ୍ଧ ପ୍ରଶାସନ ଦଖଲକାରୀଙ୍କୁ ବାରମ୍ବାର ନୋଟିସ କଲା ପରେ ବି ଦଖଲକାରୀ ଶୁଣିନଥିଲେ ।
ତେଣୁ ବୁଧବାର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ କୁମୁଦ ଚନ୍ଦ୍ର ଦଳବେହେରାଙ୍କ ଉପସ୍ଥିତିରେ ଜେସିବି ଦ୍ଵାରା ଘର ଭଙ୍ଗା ଯାଉଥିବା ବେଳେ ଆଡିସନାଲ ତହସିଲଦାର ଏମଡି ରାଜେ ରସୁଲ, ସୁପ୍ରଭାଇଜର ହମିଦ ମଳିକ, ଶଗଡା ଆର ଆଈ ଦିଲୀପ କୁମାର ପଟନାୟକ, ଗୁନ୍ଦୁଲିଆ ଆର ଆଇ ସୁଜିତ କୁଆରସାହୁଙ୍କ ସମେତ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ ଅଛନ୍ତି ।