ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

CMC କାଉନସିଲ୍ ବୈଠକରେ ଅଧିକାରୀଙ୍କ ମନମାନିକୁ ନେଇ ବର୍ଷିଲେ କର୍ପୋରେଟର

Published By : Harapriya Sethi | June 25, 2025 2:22 PM

କଟକ,୨୫/୦୬: କଟକ ମହାନଗର ନିଗମ ଦ୍ଵାରା ବିଜୁ ଭବନ ସମ୍ମିଳନୀ କକ୍ଷରେ ୩୨ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ଆରମ୍ଭରୁ ପରିମଳ ପରିଚାଳନାରେ ଟେଣ୍ଡର ଅନିୟମିତତା ଓ ପଙ୍କୋଦ୍ଧାର ନାଁରେ ମନଇଚ୍ଛା କାମକୁ ନେଇ ବର୍ଷିଛନ୍ତି ବହୁ କର୍ପୋରେଟର । ଏହାସହ କଟକ ସହରରେ ବେଇଆନ୍ ହୋର୍ଡିଙ୍ଗ ପ୍ରସଙ୍ଗରେ ମଧ୍ୟ ଅଧିକାରୀ ଓ ମେୟର ସୁବାସ ସିଂହଙ୍କୁ ଘେରିଥିଲେ କର୍ପୋରେଟର। 

ୱାର୍ଡରେ ସମସ୍ୟା ସତ୍ତ୍ୱେ ଯନ୍ତ୍ରୀ ବିଭାଗର କୌଣସି ଅଧିକାରୀଙ୍କ ଦେଖା ମିଳୁ ନଥିବା ନେଇ ଅଭିଯୋଗ ଆସିଛି । ଏହାସହ ବୈଠକରେ କଟକ ସହରର ବିଭିନ୍ନ ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝୀ, ସବୁ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.