ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସମିତି ସଭ୍ୟଙ୍କ ମୃତ୍ୟୁ ଘଟଣା, ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତକୁ ଗିରଫ ଦାବି କଲା ଆଦିବାସୀ ସଂଘ

Published By : Harapriya Sethi | June 25, 2025 2:39 PM

କୋକସରା,୨୫/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତର ସମିତି ସଭ୍ୟ ଥିବା ପିପଳପଡା ଗ୍ରାମର ଦେବେନ୍ଦ୍ର ଧରୁଆ (୪୨ ବର୍ଷ)ଙ୍କ ଝୁଲନ୍ତା ମୃତଦେହ ଘର ମଧ୍ୟରୁ ଉଦ୍ଧାର ହେବା ଘଟଣାରେ ନିରପେକ୍ଷ ତଦନ୍ତ ଦାବି ।  ଆସନ୍ତା ୩ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଯାଏ, ତାହେଲେ ଆଦିବାସୀ ସଙ୍ଘ ପକ୍ଷରୁ ୨୮ ତାରିଖରେ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ।

ସୂଚନା ମୁତାବକ, ଦେବେନ୍ଦ୍ରଙ୍କ ବଡଭାଇ ଦିଗାମ୍ବର ଧରୁଆଙ୍କ ଅଭିଯୋଗ ବନ୍ଧପଡା ଗାଁର ଚିତ୍ତ ଗହିର କୌଣସି ବ୍ୟକ୍ତିଗତ କାଣରକୁ ନେଇ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲା। ଏନେଇ ସେ ମାନସିକ ସ୍ତରରେ ଚାପରେ ଥିଲେ ଦେବେନ୍ଦ୍ର । ଗତ ୧୬ ତାରିଖରେ ଦେବେନ୍ଦ୍ର କୋକସରା ଥାନାରେ ଅଭିଯୋଗରେ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଫଳରେ ଦେବେନ୍ଦ୍ର ମାନସିକ ଚାପ ଓ ଭୟରେ ମଙ୍ଗଳବାର ନିଜ ଘରେ ଝୁଲି ପଡ଼ିଥିଲେ ।

ଏହି ଘଟଣା ପରେ ବୁଧବାର କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ବ୍ଲକ୍ ସଭାପତି ହେମନ୍ତ କୁମାର ମାଝୀ, ସମ୍ପାଦକ ତ୍ରିନାଥ ଶବର ଓ ଶତାଧିକ କର୍ମକର୍ତ୍ତା କୋକସରା ପୁଲିସର ଅପାରଗତାକୁ ଦାୟୀ କରିବା ସହ ଦେବେନ୍ଦ୍ରଙ୍କ ଆତ୍ମହତ୍ୟା ପଛରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦ ଓ ଭଏସ କଲ୍‌ରେ ଧମକ ଦେଇଥିବା ଚିତ୍ତ ଗହୀରକୁ ଗିରଫ କରିବା ଓ କୋକସରା ଆଇଆଇସିଙ୍କୁ ନିଲମ୍ବନ କରିବା ପାଇଁ ଦାବି କରିଛନ୍ତି । ଯଦି ଆସନ୍ତା ୩ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଯାଏ, ତାହେଲେ ଆଦିବାସୀ ସଙ୍ଘ ପକ୍ଷରୁ ୨୮ ତାରିଖରେ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି । ଆଦିବାସୀ ସଂଘର ଏହି ଦାବିରେ କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ କୋକସରା ବିଜେପିର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ନିରପେକ୍ଷ ତଦନ୍ତ ଦାବିକୁ ସମର୍ଥନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.