ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ

Published By : Harapriya Sethi | June 21, 2025 10:51 AM

ମ.ରାମପୁର, ୨୧/୦୬: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମ.ରାମପୁର ଉପ ଡାକଘରୁ ଶୁକ୍ରବାର ରାତିରେ ଚୋରି ହୋଇଛି । କାର୍ଯ୍ୟାଳୟରୁ କ'ଣ କ'ଣ ଚୋରି ହୋଇଛି, ତାହା ଜଣାପଡ଼ିନାହିଁ । ଖବର ପାଇ ମ.ରାମପୁର ପୁଲିସ ଡାକଘର କାର୍ଯ୍ୟାଳୟକୁ ଆସି ତଦନ୍ତ ଚଳାଇଛି । 

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମ.ରାମପୁର ଉପ ଡାକଘରୁ ଶୁକ୍ରବାର ରାତିରେ ଚୋରି ହୋଇଛି । କବାଟରେ ଲାଗିଥିବା ଦୁଇଟି ତାଲା ଭାଙ୍ଗି ଚୋର ଡାକଘର ଭିତରକୁ ପଶି ଚୋରି କରିଛି । ଶନିବାର ସକାଳୁ କାର୍ଯ୍ୟାଳୟକୁ ଆସିବା ବେଳେ ତାଲା ଭଙ୍ଗା ଯାଇଥିବା ଜାଣି ମ.ରାମପୁର ପୁଲିସକୁ ଖବର ଦେଇଥିଲେ କର୍ମଚାରୀ । ଖବର ପାଇ ମ.ରାମପୁର ପୁଲିସ ଡାକଘର କାର୍ଯ୍ୟାଳୟକୁ ଆସି ତଦନ୍ତ ଚଳାଇଛି । ଚୋରି ଘଟଣା ପରେ ଶନିବାର ଡାକଘର ସାମ୍ନାରେ ବିଭିନ୍ନ କାମ ପାଇଁ ଆସିଥିବା ଲୋକଙ୍କୁ ଆଜି କୌଣସି କାମ ହେବନାହିଁ ବୋଲି କୁହାଯାଇଛି । ତେବେ କ'ଣ ସବୁ ଏହି କାର୍ଯ୍ୟାଳୟରୁ ଚୋରି ହୋଇଛି , ସେ ବିଷୟରେ କୌଣସି ସୂଚନା ମିଳିନାହିଁ । 

ତେବେ ଜୁନ୍‌ ୧୦ ତାରିଖରେ ମଧ୍ୟ ଡାକ ଘର ନିକଟରେ ଏକ ଦୋକାନରୁ ଚୋରି ହୋଇଥିଲା ।  ଚୋରି ସମୟର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ତେବେ ମ.ରାମପୁରରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ପୁଲିସ ପଦକ୍ଷେପ ନେଉ ନଥିବା ଆଲୋଚନା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.