ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୭.୭୬୦ କିଲୋଗ୍ରାମ ଗଞ୍ଜେଇ ଜବତ; ମହିଳା ସମେତ ଯୁବକ ଗିରଫ

Published By : Bijay Swain | June 23, 2025 11:22 PM

ଭବାନୀପାଟଣା,୨୩/୬: ସୋମବାର ଭବାନୀପାଟଣା ଟାଉନ ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଟିଭିସେଣ୍ଟରପଡ଼ାରେ ଚଢ଼ାଉ କରି ୭.୭୬୦ କିଲୋଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଗଞ୍ଜେଇ ଚାଲାଣକାରୀ ଜନୈକା ୪୨ ବର୍ଷିୟା ମହିଳା ସୁଲେଖା ଦେବି ସମେତ ଶଶିକାନ୍ତ ସାହାଣୀ(୩୩) ନାମକ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଉଭୟଙ୍କ ଘର ବିହାରର ମୁଜାଫରପୁର ଜିଲ୍ଲା କୁରହାନି ଥାନା ଅନ୍ତର୍ଗତ ବସଉଲି ଗାଁରେ ବୋଲି କୁହାଯାଇଛି। 

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ଭବାନୀପାଟଣା ପୁଲିସ ସହରର ଟିଭିସେଣ୍ଟରପଡ଼ାରେ ଚଢାଉ କରିଥିଲା। ଅଭିଯୁକ୍ତ ମାନେ ଏକ ସୁଟକେଶ୍ରେ ବାହାର ରାଜ୍ୟକୁ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ସେମାନେ ବ୍ୟବହାର କରୁଥିବା ଏକ ସ୍କୁଟି, ଦୁଇଟି ମୋବାଇଲ ଓ ୬ଟି ଏଟିଏମ୍ କାର୍ଡ ମଧ୍ୟ ଜବତ ହୋଇଥିବା ଟାଉନ୍ ଥାନା ଅଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି। ଏହି ମାମଲାରେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.