ଭୁବନେଶ୍ବର,୨୫।୬ : ପବିତ୍ର ପୁରୀ ସହରରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ବୁଧବାର ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଯାତ୍ରୀଙ୍କ ଆରାମ, ଭିଡ଼ ପରିଚାଳନା, ଭିତ୍ତିଭୂମି ପ୍ରସ୍ତୁତି ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିର ସମନ୍ୱୟ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା |
ଯାତ୍ରୀଙ୍କ ଚାହିଦା ପୂରଣ କରିବା ପାଇଁ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ୩୬୫ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳିତ ହେଉଛି । ପୂର୍ବତଟ ରେଳପଥ ପୁରୀରେ ସମର୍ପିତ ତୀର୍ଥଯାତ୍ରୀ ପ୍ରତୀକ୍ଷା କ୍ଷେତ୍ର ଏବଂ ମେଳା ସେଡ୍ ପ୍ରତିଷ୍ଠା କରିଛି। ଯାହା ପର୍ଯ୍ୟାପ୍ତ ତୀର୍ଥଯାତ୍ରୀଙ୍କ ବିଶ୍ରାମ ନେବାପାଇଁ ଉପଲବ୍ଧ କରାଯାଇଅଛି। ସ୍କାଉଟ୍ସ ଏବଂ ଗାଇଡ୍ସ, ସ୍ଵେଛାସେବୀ ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳଏବଂ ସରକାରୀ ରେଳବାଇ ପୁଲିସ, ଡୁଆଲ୍-ଲେୟାର ଟିକେଟ୍ ଯାଞ୍ଚ ଏବଂ ରଣନୈତିକ ବ୍ୟାରିକେଡିଂ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ କରାଯିବ।
ଯାତ୍ରୀଙ୍କ ପାଇଁ ଟିକେଟି ଭିତ୍ତିଭୂମିକୁ ଅଧିକ କରାଯାଇଛି। ପୁରୀ ଷ୍ଟେସନରେ ୩୪ ଟି ବୁକିଂ କାଉଣ୍ଟର କରାଯାଇଛି। ଭୁବନେଶ୍ୱର, ଖୋର୍ଧା ରୋଡ୍, କଟକ, ବ୍ରହ୍ମପୁର, ଭଦ୍ରକ ଭଳି ଜଙ୍କସନରେ ୩୫ ଟି ଅତିରିକ୍ତ କାଉଣ୍ଟର କରାଯାଇଛି। ସେହିପରି ମୋବାଇଲ୍ ୟୁଟିଏସ କାଉଣ୍ଟର ସୁବିଧା ପ୍ରଦାନକାରୀଙ୍କ ସହିତ ATVM ଏବଂ ଡିଜିଟାଲ୍ ଟିକେଟିଂ ବ୍ୟବସ୍ଥା ରହିଛି।
ପୂର୍ବତଟ ରେଳପଥ ମଧ୍ୟ ରେଳବାଇ ପରିସରରେ ତୀର୍ଥଯାତ୍ରୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟକର ଭୋଜନ ସେବା ଏବଂ ପାନୀୟ ଜଳ ଇତ୍ୟାଦି ଯୋଗାଇବା ପାଇଁ ବିଭିନ୍ନ ଏନଜିଓ ଗୁଡ଼ିକୁ ସହଯୋଗ କରିଛି।