ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବୋଲେରୋରେ ଅମାନୁଷିକ ଭାବେ ଗୋରୁ ଚାଲାଣ; ଅଟକାଇ ୫ ଗୋରୁ ଉଦ୍ଧାର କଲେ ଗୋ-ରକ୍ଷକ

Published By : Harapriya Sethi | June 25, 2025 9:32 AM

ନରଣପୁର,୨୫/୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ କୋଲକାତାକୁ ପ୍ରତିଦିନ ହଜାର ହଜାର ଗୋରୁ ଚାଲାଣ ହେଉଛି । କେନ୍ଦୁଝର ଜିଲ୍ଲାର ଗୋ-ରକ୍ଷକ ଆଜି ଏକ ଗୋରୁ ବୋଝେଇ ବୋଲେରୋକୁ ଧରିଛନ୍ତି । ଗାଡ଼ିରୁ ପାଞ୍ଚଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । 

ସୂଚନା ମୁତାବକ, ଏକ ବୋଲେରୋରେ ପାଞ୍ଚଟି ଗୋରୁଙ୍କୁ କୋଲକାତା ଚାଲାଣ କରାଯାଉଥିଲା। ଉକ୍ତ ବୋଲେରୋରେ ଗୋରୁ ଚାଲାଣ ସନ୍ଦେହ କରି କେନ୍ଦୁଝରର କିଛି ଗୋ-ରକ୍ଷକ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଗାଡି ନଅଟକାଇବାରୁ ବୋଲେରୋର ପିଛା କରିଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ବେଲଦା ହାଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦୁଝର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ବୋଲେରୋକୁ ଜବତ କରି ସଦର ଥାନାକୁ ଆଣିଥିଲେ । ସେଥିରୁ ୫ଟି ଗୋରୁଙ୍କ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.