ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବର୍ଷାରେ ଧୋଇଗଲା ନିର୍ମାଣାଧୀନ ଡାଇଭର୍ସନ୍ ପୋଲ; ଜଗମୋହନପୁର-ତେଲକୋଇ ଯୋଗାଯୋଗ ବିଚ୍ଛିନ୍ନ

Published By : Harapriya Sethi | June 22, 2025 1:56 PM

ତେଲକୋଇ, ୨୨/୦୬: ତେଲକୋଇ-ଜଗମୋହନପୁର ଯୋଗାଯୋଗ ବିଚ୍ଛିନ୍ନ । ରବିବାର ହୋଇଥିବା ପ୍ରବଳ ବର୍ଷାରେ ଲୋକନାଥପୁର ନିକଟରେ ବାଉଁଶ ଯୋରା ପୋଲର ଡାଇଭର୍ସନ ରାସ୍ତା ଧୋଇ ହୋଇଯାଇଛି । ଫଳରେ ତେଲକୋଇରୁ ଜଗମୋହନପୁର, ଦେବଗଡ଼, ସମ୍ବଲପୁର, ରାଉରକେଲାକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହିତ ତେଲକୋଇ ବ୍ଲକର ଛାମୁଣ୍ଡା, ଜଗମୋହନପୁର, ବିଞ୍ଜବାହାଳ ଆଦି ପଞ୍ଚାୟତର ୨୦ରୁ ଅଧିକ ଗାଁ ବ୍ଲକ୍ ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇଛି । ଯାହା ଫଳରେ ଜରୁରୀ କାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଛି । ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଏବଂ ନିମ୍ନମାନର ଡାଇଭର୍ସନ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରବିବାର ସକାଳ ସମୟରୁ ଡାଇଭର୍ସନ ପୋଲ ଧୋଇ ହୋଇଯାଇଥିବା ବେଳେ ଅଦ୍ୟାବଧି ମରାମତି ହୋଇ ପାରିନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀବାହୀ ବସ୍‌ ଓ ଅନ୍ୟାନ୍ୟ ଗାଡ଼ି ସବୁ ଦୋବଲା ପାଳ, ଛାମୁଣ୍ଡା ଦେଇ ଏକ ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି । ତେଣୁ ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.