ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର

Published By : Harapriya Sethi | June 20, 2025 8:31 AM

ଭୁବନେଶ୍ୱର,୨୦/୦୬: ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ବାପ ପୁଅ ଗୁରୁତର । ଗୁରୁତର ହେଲେ ୫୫ ବର୍ଷୀୟ ରବୀନ୍ଦ୍ର ଦାସ ଓ ତାଙ୍କ ୩୧ ବର୍ଷୀୟ ପୁଅ ଅଜୟ ଦାସ । ବାପା ରବୀନ୍ଦ୍ର ଦାସଙ୍କ ଦୁଇଟି ଗୋଡ଼ ପୋଡ଼ି ଯାଇଥିବାବେଳେ, ପୁଅ ଅଜୟ ଦାସଙ୍କ ହାତ ଓ ଗୋଡ଼ ପୋଡ଼ି ଯାଇଛି । ଉଭୟଙ୍କୁ ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଗୁରୁତୁଆଁ ଗାଁରେ ଏହି ଘଟଣା ଘଟିଛି । 

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ କରେଣ୍ଟ ନଥିବା ବେଳେ ଘରେ ମହମବତୀ ଜଳାଇ ଅଜୟଙ୍କ ମା' ଗ୍ୟାସ୍‌ରେ ରୋଷେଇ କରୁଥିଲେ । ଏହି ସମୟରେ ହଠାତ ଗ୍ୟାସ୍ ଚୁଲା ହଠାତ ଲିଭି ଯାଇଥିଲା । ଗ୍ୟାସ୍ ସରି ଯାଇଛି ବୋଲି ଭାବି ଅଜୟ ସିଲିଣ୍ଡର ଚେଞ୍ଜ କରିବା ପାଇଁ ରେଗୁଲେଟର ଖୋଲିବା ସମୟରେ ହଠାତ ସିଲିଣ୍ଡରରୁ ଜୋର୍‌ରେ ଗ୍ୟାସ୍ ନିର୍ଗତ ହୋଇଥିଲା । ଏତିକି ବେଳେ ପୂର୍ବରୁ ଲାଗିଥିବା ମହମବତୀ ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିଥିଲା ଏବଂ ଅଜୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ବାପା ରବୀନ୍ଦ୍ର ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.