ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜୁଏଲାରୀ ଦୋକାନରୁ ଲୁଟ୍‌, ସଟର ଭାଙ୍ଗି ୧୫ ଲକ୍ଷ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | June 25, 2025 12:28 PM

ଭଦ୍ରକ, ୨୫/୦୬:  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାଣୀତାଲ ବଜାରରେ ଲୁଟ୍‌ । ମା’ ତାରିଣୀ ଜୁଏଲାରୀ ସଟର ଭାଙ୍ଗି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି ।

ଦୋକାନ ମାଲିକ ପ୍ରଦୀପ ସାହୁଙ୍କ କହିବା ଅନୁସାରେ, ଲୁଟ୍ ବେଳେ ଦୋକାନ ଶୋ’କେସ୍ ବା ଡିସ୍‌ପ୍ଲେରେ ଥିବା ୧୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଛି । ତେବେ ଦୋକାନ ଭିତରେ ଥିବା ଆଇରନ୍ ଚେଷ୍ଟରେ ପ୍ରାୟ ୧ କିଲୋ ଓଜନର ସୁନା ରହିଥିଲା । ପୁଲିସ ଦୋକାନ ସିଲ୍ କରିଥିବାରୁ ଆଇରନ୍ ଚେଷ୍ଟରେ ଥିବା ସୁନା ବିଷୟରେ ସୂଚନା ମିଳିନାହିଁ ।  ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ ଏକ ଟିମ୍ ଲୁଟ୍ ହୋଇଥିବା ଦୋକାନ ନିକଟରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ୱାଡ୍‌କୁ ମଧ୍ୟ ତଦନ୍ତରେ ସାମିଲ କରାଯିବ । ତେବେ ଜାତୀୟ ରାଜପଥ ନିକଟରେ ଥିବା ସୁନା ଦୋକାନରୁ ଲୁଟ୍ ହୋଇଥିବାରୁ ବାହାର ରାଜ୍ୟର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.