ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହୁଇଲର ଦ୍ୱୀପ ଓ ତାଳପଦୀ ପାଇଁ ବ୍ଲୁ-ପ୍ରିଣ୍ଟ, କାମ ଦେବ ତ ସମୁଦ୍ର ଜୁଆର ରୋକିବା ଯୋଜନା ?

Published By : Rasmita Pradhan | June 18, 2025 12:20 PM

ଧାମରା,୧୮/୬ : ଏବେ ଅଦିନରେ ବାତ୍ୟା ଓ ବନ୍ୟା ହେଉଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା କାହିଁରେ କେତେ କ୍ଷତି କରୁଛି। ଅଶାନ୍ତ ସମୁଦ୍ର ପାଇଁ ପ୍ରତିଦିନ ଢେଉମାଡ଼ରେ କୂଳ ଖାଉଛି । ଏହାକୁ ନେଇ ଚିନ୍ତା ବଢୁଥିବାବେଳେ ସରକାରଙ୍କ ମେଗା ଯୋଜନା ଏହାକୁ କେତେ ଦୂର ଫଳବତୀ କରିବ ତାହାକୁ ନେଇ ଚାଲିଛି ଆକଳନ । ଜୁଆର ଯେମିତି ଜନବସତିକୁ ମାଡି ଆସିବନି, ଘର ଦ୍ୱାର ରାସ୍ତା ଘାଟ ଧୋଇ ଦେବନି କିମ୍ବା ଲୁଣାବନ୍ଧ ଭାଙ୍ଗି ଯିବନି ସେଥିପାଇଁ ହୋଇଛି ଯୋଜନା । ଗୁରୁତ୍ୱପୂର୍ଣ୍ଣ କଥା ହେଲା - କେବଳ ରାଜ୍ୟ ନୁହଁ ଦେଶ ଯାହା ପାଇଁ ଗର୍ବିତ ତାହା ହେଉଛି ହୁଇଲର ଦ୍ୱୀପ ସେଠାରେ ଦେଶର ପ୍ରତିରକ୍ଷା ବିଭାଗର ଘାଟି ରହିଛି। ତେବେ ଉତ୍ତାଳ ସମୁଦ୍ର ଢେଉ ଯୋଗୁ ହୁଇଲର ଦୀପରେ ୫୦ ମିଟରରୁ ଅଧିକ ଲମ୍ବର କୂଳ ଖାଇଗଲାଣି । 

ସେହିପରି ବାସୁଦେବପୁର ବ୍ଲକର ସମୁଦ୍ର କୂଳିଆ ଅଞ୍ଚଳରେ ଥିବା ତାଳପଦୀ ଅଞ୍ଚଳରେ ୧୮୪ ମିଟର ସମୁଦ୍ର ଖାଇଗଲେଣି । ଏଥିପାଇଁ ପୂର୍ବ ସରକାର ସାରା ରାଜ୍ୟରେ ୨୭ଟି ପ୍ରକଳ୍ପ ମଧ୍ୟରୁ ଭଦ୍ରକ ଜିଲ୍ଲାର ଏହି ଦୁଇଟି ପ୍ରକଳ୍ପକୁ ସ୍ଥାନ ଦେଇଥିଲେ । ଏବର ସରକାର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।  ୧୯୯୦ ରୁ ୨୦୧୮ ପର୍ଯ୍ୟନ୍ତ ହୋଇଥିବା ଜିଆଇଏସ ସର୍ଭେ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ବିଭାଗ ଏହି ରିପୋର୍ଟ ଦେଇଥିଲେ। ଓଡ଼ିଶାରେ ୧୪୦ କିଲୋମିଟର କୂଳବନ୍ଧ ସମୁଦ୍ର ଖାଇଲାଣି। ଜଳସମ୍ପଦ ବିଭାଗ ଏହାର ସୁରକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି କାର୍ଯ୍ୟ କରିବ । ଓଡ଼ିଶା ଜଳସମ୍ପଦ ବିଭାଗ ଚେନ୍ନାଇରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସହାୟତା ନେଇ ଏହିସବୁ ଲୁଣାବନ୍ଧର ସୁରକ୍ଷା କରିବ । ଏହାସହ ଚାନ୍ଦବାଲି ବ୍ଲକର ଧାମରା ମୁହାଁଣରେ ୧୬ ଖଣ୍ଡ ଗାଁ ବିପଦରେ ଥିବା ରିପୋର୍ଟ ପ୍ରକାଶ ପାଇଛି । ଏହିସବୁ ଗାଁ ମୁହାଁଣ ମୁହଁ ଓ ନଦୀ କୂଳରେ ଅବସ୍ଥିତ । ଏହାର ପାର୍ଶ୍ୱରେ ଥିବା ଲୁଣାବନ୍ଧକୁ ମଜବୁତ କରିବା ସହ ବନ୍ଧ ଡେଇଁ ଆସୁଥିବା ଲୁଣା ଜୁଆର ପୁଣି କିପରି ସମୁଦ୍ରକୁ ଫେରିଯିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଫେବର ଲଗା ସୁଇଚ୍‌ ଗେଟ୍‌ କରିବାକୁ ଚିନ୍ତା କରାଯାଉଛି । ମୋଟାମୋଟି ଭାବେ ଏହି ମେଗା ଯୋଜନା ଏହି ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.