ସାଲେପୁର, ୨୫/୦୬: ଭାରସାମ୍ୟ ହରାଇ କ୍ଷୀର ଟ୍ୟାଙ୍କର ତଳେ ପଶିଗଲା ବାଇକ୍ । ଅଳ୍ପକେ ବର୍ତ୍ତିଗଲେ ବାଇକ୍ ଚାଳକ । କଟକ ଜିଲ୍ଲା ସାଲେପୁର କୁଆପାଳ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଆହତ ବ୍ୟକ୍ତି ହେଲେ ମାହାଙ୍ଗା ବ୍ଲକ୍ ଖନ୍ଦୋଳ ଗାଁର ବିଳାସ ଚନ୍ଦ୍ର ମହାନ୍ତି(୫୫ବର୍ଷ) ।
ସୂଚନା ମୁତାବକ, ବୁଧବାର ସକାଳେ ବିଳାସ ଚନ୍ଦ୍ର ମହାନ୍ତି ନିଜ ବାଇକ୍ ଯୋଗେ ଭଡାଘରକୁ ଫେରୁଥିଲେ । ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକ୍ଟି କେନ୍ଦ୍ରାପଡାରୁ ସାଲେପୁର ଅଭିମୁଖେ ଆସୁଥିବା ଏକ କ୍ଷୀର ଟ୍ୟାଙ୍କର ତଳେ ପଶିଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ବହୁ କଷ୍ଟରେ ବିଳାସଙ୍କୁ ଟ୍ୟାଙ୍କର ତଳୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ବିଳାସ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ବାଇକ୍ଟି ଭାଙ୍ଗିଯାଇଥିବା ଜଣାପଡ଼ିଛି ।