ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ

Published By : Harapriya Sethi | June 29, 2025 9:44 AM

ଘଷିପୁରା,୨୯/୦୭: କେନ୍ଦୁଝର ଜିଲ୍ଲା ଘଷିପୁରା ପୁଲିସକୁ ଖୋଲା ଚାଲେଞ୍ଜ କରୁଛନ୍ତି ଚୋର। ସିସିଟିଭି ପାଖରୁ ହେଉଛି ଚୋରି । ବାରମ୍ବାର ଆନନ୍ଦପୁର ଅଞ୍ଚଳରେ ଚୋରି ହେଉଥିଲେ ବି ଲୁଟେରାଙ୍କ ଟେର୍ ପାଉନି ପୁଲିସ । ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଘଷିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ମେଡିକାଲ ନିକଟରେ ଥିବା ଏକ ପାନ ଦୋକାନରୁ ଚୋରି ହୋଇଛି । ଦୋକାନରୁ ୧୦ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ସାମଗ୍ରୀ ସହ କିଛି ନଗଦ ଟଙ୍କା ଚୋରି କରି ନେଇଛନ୍ତି ଚୋର । ପାଖରେ ସିସିଟିଭି ଲାଗିଛି କିନ୍ତୁ ଚୋରମାନେ ପୁଲିସକୁ ଚାଲେଞ୍ଜ କରି ଦୋକାନ ତାଲା ଭାଙ୍ଗି ଦାମୀ ସାମଗ୍ରୀ ଚୋରି କରି ନେଇଛନ୍ତି । ରବିବାର ସକାଳୁ ଦୋକାନ ମାଲିକ ବିଶ୍ଵନାଥ ସାହୁ ଜାଣିବା ପରେ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.