ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା, ପ୍ରେମିକାକୁ ବଞ୍ଚାଇବାକୁ ଯାଇ ଗଲା ଜୀବନ

Published By : Ankita S | April 25, 2025 12:34 PM

କୋଲକାତା,୨୫/୦୪: ପ୍ରେମିକାକୁ ବଞ୍ଚାଇବାକୁ ଯାଇ ଚାଲିଗଲା ପ୍ରେମିକର ଜୀବନ । ଶେଷ ନିଶ୍ୱାସ ଯାଏ ଦୁର୍ବୃତ୍ତଙ୍କ ସହିତ ଲଢିଲେ । ଶେଷରେ ଆଖି ବୁଜି ଦେଲେ । କୋଲକାତାରେ ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା କରାଯାଇଛି  । ମୃତକଙ୍କ ନାମ ସଙ୍କେତ ଚାଟାର୍ଜୀ । ଏହି ଘଟଣା କୋଲକାତା ନ୍ୟୁ ଟାଉନ୍‌ସ ଗୌରଙ୍ଗାନଗରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

କୋଲକାତାରେ ପୁଣି ଜଣେ ପ୍ରେମିକାକୁ କିଛି ଦୁର୍ବୃତ୍ତ ହଇରାଣ କରିଥିବା ଘଟଣା ସାମ୍ନାକୁ ଆସିଛି । ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ହାତରେ ଲିଭ-ଇନ୍ ପାର୍ଟନରଙ୍କ ଜୀବନ ଯାଇଛି । ମୃତକଙ୍କ ନାମ ସଙ୍କେତ ଚାଟାର୍ଜୀ । ସେ ଜଣେ ଆଇଟି କର୍ମୀ । ସେ କିଛି ବର୍ଷ ହେବ ତାଙ୍କ ପ୍ରେମିକାଙ୍କ ସହିତ ନ୍ୟୁ ଟାଉନ୍‌ସ ଗୌରଙ୍ଗାନଗରେ ରହୁଥିଲେ । କିଛି ଦିନ ପରେ ଦୁହିଁଙ୍କର ବାହାଘର ହୋଇଥାନ୍ତା । ବୁଧବାର ରାତିରେ ସଙ୍କେତ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ କିଛି କାରଣ ପାଇଁ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଘରୁ ବାହାରି ଆସିଥିଲେ ଯୁବତୀଜଣଙ୍କ । ସେହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଦୁର୍ବବ୍ୟହାର କରିଥିଲେ । ସଙ୍କେତ ଏହାର ପ୍ରତିବାଦ କରିଥିଲେ ।  

ହାତାହାତି ପରିସ୍ଥିତି ଉପୁଜିଥିଲା । ସେଠି ପଡିଥିବା ବାଉଁଶରେ ସଙ୍କେତଙ୍କୁ ପିଟିଥିଲେ ଦୁର୍ବୃତ୍ତ । ସଙ୍କେତଙ୍କୁ ବଞ୍ଚାଇବାକୁ ଚିତ୍କାର କରିଥିଲେ ତାଙ୍କ ପ୍ରେମିକା । ସାହାଯ୍ୟ ପାଇଁ ପଡୋଶୀଙ୍କ ଘର କବାଟ ବାଡେଇଥିଲେ । ମାତ୍ର କେହି ତାଙ୍କୁ ସାହାଯ୍ୟ କରି ନଥିଲେ । ଅଧିକ ରକ୍ତସ୍ରାବ ହେବାକୁ ସଙ୍କେତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସମ୍ବୁଲ ମଣ୍ଡଳ, ସାଗର ଦାସ ଓ ରାଜୁ ଘୋଷ  ୩ ଯୁବକଙ୍କୁ ସଙ୍କେତଙ୍କ ହତ୍ୟା ଘଟଣାରେ ପୋଲିସ ଗିରଫ କରିଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.