ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଘରେ ଏକୁଟିଆ ରହି ଆଖି ବୁଜିଲା ପୋଷା କୁକୁର, ମାଲିକଙ୍କ ନାଁରେ ମାମଲା ରୁଜୁ କଲା ପୁରୀଘାଟ ପୋଲିସ

Published By : Prameya | April 26, 2025 2:24 PM

କଟକ,୨୬/୦୪: ଘରେ ଲାବ୍ରାଡର୍‌ ବିଦେଶୀ କୁକୁର ପାଳିଥିଲେ । କୁକୁରକୁ ଘରେ ତାଲା ପକାଇ ସପ୍ତାହେ ପାଇଁ ପଳାଇଲେ ପୁରୀ ବୁଲିବାକୁ। ଅସହ୍ୟ ଗରମ ଓ ଗୁଳୁଗୁଳି ସହି ନପାରି ଶେଷରେ କୁକୁରଟି ଆଖି ବୁଜିଲା । ଏଭଳି  ଅଭାବନୀୟ ଘଟଣା ଘଟିଛି ପୁରୀଘାଟ ଥାନା କୁମ୍ଭାରସାହିରେ । ପୁଲିସ ମୃତ କୁକୁରର ମୃତଦେହ ସତ୍କାର କରିବା ସହ ନିଜ ଆଡୁ ମାଲିକଙ୍କ ନାଁରେ ମାମଲା କରିଛି । ଫଳରେ ମାଲିକଙ୍କ ଅଡୁଆ ବଢ଼ିଛି ।  

ଘଟଣାରୁ ପ୍ରକାଶ ଯେ, କୁମ୍ଭାରସାହିର ଚନ୍ଦ୍ରମୋହନ ସିଂ ଗତ କିଛି ବର୍ଷ ଧରି ଘରେ ଏକ ବିଦେଶୀ କୁକୁର ଲାବ୍ରାଡର୍‌ ପାଳିଥିଲେ । ଏହାସହ ୪ଟି ଶୁଆ ରଖିଥିଲେ । ତାଙ୍କ ନିଜ ଘର ପୁରୀରେ ହୋଇଥିବାରୁ ନିୟମିତ ବ୍ୟବଧାନରେ ପରିବାର ଲୋକେ ପୁରୀ ଯାଆନ୍ତି । କିନ୍ତୁ ସପ୍ତାହକ ତଳେ ପରିବାରର ସମସ୍ତେ ଏକାଠି ପୁରୀ ପଳାଇ ଯାଇଥିଲେ । ହେଲେ କୁକୁରକୁ ଘରେ ଛାଡ଼ି ଯାଇଥିଲେ । ମାଲିକଙ୍କୁ ନ ପାଇ ପ୍ରଥମେ କୁକୁର ପ୍ରବଳ ଭୋକିଥିଲା । ହଠାତ୍‌ କିଛି ଦିନ ପୂର୍ବରୁ  କୁକୁରର ଭୁକିବା ଶବ୍ଧ ଶୁଣିବାକୁ ମିଳି ନଥିଲା ।  ଧୀରେ ଧୀରେ ଘରୁ ଦୁର୍ଗନ୍ଧ ବାହାରିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ  ଘଟଣାସ୍ଥଳରେ ପହଞ୍ଚି ମାଲିକ ଚନ୍ଦ୍ରମୋହନଙ୍କୁ ଖବର ଦେଇଥିଲା । ଚନ୍ଦ୍ରମୋହନଙ୍କ ପରିବାର ପହଞ୍ଚି ତାଲା ଖୋଲି ଦେଖିବାରେ ପୋଷା କୁକୁରଟି ମରି ପଡ଼ିଥିଲା । ଶୁଆ ଗୁଡ଼ିକ ମଧ୍ୟ ମୁର୍ମୂଷୁ ଅବସ୍ଥାରେ ରହିଥିଲେ । ପୁଲିସ କୁକୁରର ବ୍ୟବଚ୍ଛେଦ କରାଇବା ସହ ସଂସ୍କାର କରିଥିଲା । ଶୁଆ ଗୁଡ଼ିକୁ ଉଦ୍ଧାର କରିବାକୁ ବନ ବିଭାଗକୁ ଖବର ଦିଆଯାଇଛି ।  ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ  ୧୪୦/୨୪ରେ ନିଜ ଆଡୁ ମାମଲା କରିଛି । ପଶୁ ନିର୍ଯାତନା ନିରୋଧ ଆଇନ ଅନୁସାରେ ମାଲିକ  ଶ୍ରୀ ସିଂଙ୍କ ବିରୋଧରେ ମାମଲା କରାଯାଇଥିବା ପୁରୀଘାଟ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.