ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ

Published By : Prameya | April 28, 2025 11:58 AM

ଭୁବନେଶ୍ୱର ୨୮/୦୪: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଦହିବରା ଖାଇଲେ। ଦୀର୍ଘ ଦିନ ଧରି ବାକି ଗଡ଼ାଇଲେ। ଟଙ୍କା ମାଗିବାରୁ ରାଗିଯାଇ ଦହିବରା ବେପାରୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାରକୁ ଭାଙ୍ଗି ଗୁଣ୍ଡ କରିଦେ‌ଲେ। ଗଳାରୁ ସୁନା ଚେନ୍‌ନେଇ ଫେରାର ହୋଇଗଲେ। ଏଭଳି ଅଭିଯୋଗ ଖାରବେଳନଗର ଥାନା ଅନ୍ତର୍ଗତ ଭଗବତୀ ବସ୍ତିରେ ଘଟିଛି। ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାଇ, ଦହିବରା ଖାଇ ପଇସା ମାଗିବାରୁ ବ୍ୟବସାୟୀଙ୍କୁ ନିସ୍ତୁକ ମାଡ । ଦିନରେ ସମାଧାନ କରିବା ପରେ  ରାତିରେ ଦୃର୍ବୁତ୍ତ ସୁଝାଇଲେ ରାଗ। ରବିବାର ବିଳମ୍ବିତ ରାତିରେ ଯୁବକଙ୍କୁ ନିସ୍ତୁକ ମାଡ ସହ କାର ଭାଙ୍ଗିଲେ ଦୃର୍ବୁତ୍ତ । ଭୁବନେଶ୍ୱରର ବିଏମ୍‌ସି ଅଫିସ୍ ପାଖ ଭଗବତୀ ବସ୍ତିରେ ଘଟିଛି ଘଟଣା । ଦୁବୁର୍ତ୍ତଙ୍କ ମାଡରେ ଗୁରୁତର ଆହତ ଅବସ୍ଥାରେ ପ୍ରକଶ ବେହେରା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି।  ଦୃର୍ବୁତ୍ତମାନେ ତାଙ୍କ  ମୋବାଇଲ ଫୋନ ସୁନା ଚେନ ଛଡ଼ାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଆହତ ପ୍ରକାଶଙ୍କ ମା- ଭଉଣୀ ଥାନାରେ ଅଭିଯୋଗ କରିଛନ୍ତି । ନିଜର ଦବଦବା ଜାହିର କରିବାକୁ ଶିକୁ ଖୁଣ୍ଟିଆ, ଲିକୁ ସେଠୀ  ଏଭଳି କାଣ୍ଡ କରିଥିବା କହିଛନ୍ତି ପରିବାର ଲୋକେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.