ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ନିଜ ଦେଶର ସେନାକୁ ଘୃଣା କରନ୍ତି ପାକିସ୍ତାନୀ ଯୁବକ, ଏକ୍ସ ପୋଷ୍ଟରେ ଏଭଳି କହିଲେ ଅଦନାନ ସାମି

Published By : Tapas Panda | May 5, 2025 6:01 PM

Image Courtesy: financialexpress

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପ୍ରସିଦ୍ଧ ବଲିଉଡ ଗାୟକ ଅଦନାନ ସାମିଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଏକ୍ସରେ ଲେଖିଛନ୍ତି ଯେ, କିଛି ପାକିସ୍ତାନୀ ଯୁବକ ତାଙ୍କୁ କହିଥିଲେ ଯେ, ସେମାନେ ସେମାନଙ୍କ ସେନାକୁ ନାପସନ୍ଦ କରନ୍ତି । କାରଣ ସେନା ହିଁ ସେମାନଙ୍କ ଦେଶକୁ ନଷ୍ଟ କରିଦେଇଛି । 

ଅଦନାନ ସାମି ରବିବାର (ମେ’ ୪) ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ‘ଯେତେବେଳେ ମୁଁ ଆଜରବାଇଜାନର ବାକୁ ସହରରେ ବୁଲୁଥିଲି, ସେତେବେଳେ ମୁଁ ସେଠାରେ କିଛି ପାକିସ୍ତାନୀ ଯୁବକଙ୍କୁ ଭେଟିଥିଲି । ସେମାନେ ମୋତେ କହିଲେ ଯେ, ଆପଣ ବହୁତ ଭାଗ୍ୟବାନ । ଆପଣ ଠିକ୍ ସମୟରେ ପାକିସ୍ତାନ ଛାଡିଛନ୍ତି । ଆମେ ଆମର ନାଗରିକତା ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛୁ । ଆମେ ଆମର ସେନାକୁ ଘୃଣା କରୁ। ସେମାନେ ଆମ ଦେଶକୁ ନଷ୍ଟ କରିଦେଇଛନ୍ତି । ମୁଁ ତାଙ୍କୁ କହିଲି ଯେ, ମୁଁ ଏହା ବହୁତ ଦିନ ଆଗରୁ ଜାଣିଥିଲି ।’ 

ଅଦନାନ ସାମି ପୂର୍ବରୁ ପାକିସ୍ତାନର ନାଗରିକ ଥିଲେ । ସେ ୨୦୦୧ରେ ଭାରତ ଆସିଥିଲେ ଏବଂ ଏଠାରେ ସଫଳତା ହାସଲ କରିଥିଲେ। ପରେ ସେ ତାଙ୍କର ପାକିସ୍ତାନୀ ପାସପୋର୍ଟ ପରିତ୍ୟାଗ କରି ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ । ସେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କ ପାଖରେ ପାକିସ୍ତାନୀ ନାଗରିକତା ଥିଲା। ତାଙ୍କ ବାପା, ଅରଶଦ ସାମି ଖାନ ପାକିସ୍ତାନ ବାୟୁସେନାରେ ଜଣେ ପାଇଲଟ୍ ଥିଲେ ଏବଂ ୨୦୦୯ ରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଅଦନାନ ସାମି ତାଙ୍କ ଦ୍ୱିତୀୟ ପତ୍ନୀ ରୋୟା ଫାରିଆବିଙ୍କ ସହିତ ଭାରତରେ ରହୁଛନ୍ତି । ସେ ୨୦୧୦ ମସିହାରେ ରୋୟାଙ୍କୁ ବିବାହ କରିଥିଲେ । ପ୍ରକୃତରେ ରୋୟା ତାଙ୍କର ପ୍ରଶଂସକ ଥିଲେ। ଅଦନାନ ଏବଂ ରୋୟାଙ୍କର ଗୋଟିଏ ଝିଅ ଅଛି । ସେମାନଙ୍କ ଝିଅର ନାଁ ମଦିନା ସାମି ଖାନ। ମଦୀନାଙ୍କ ବୟସ ୮ ବର୍ଷ । ରୋୟାଙ୍କ ପୂର୍ବରୁ ଅଦନାନ ସାମି ଜେବାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ଜେବା ବଖତିଆର ଜଣେ ପାକିସ୍ତାନୀ ଅଭିନେତ୍ରୀ । ଜେବାଙ୍କଠାରୁ ଅଦନାନଙ୍କର ଏକ ପୁଅ ମଧ୍ୟ ଅଛି, ଯାହାଙ୍କ ନାଁ ଆଜାନ ସାମି ଖାନ। ଆଜାନ ମଧ୍ୟ ତାଙ୍କ ବାପାଙ୍କ ପରି ଜଣେ ଗାୟକ ଏବଂ ସେ ଅଭିନୟରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.