ମୁମ୍ବାଇ,୪/୫ : ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ନାଁକୁ ପକ୍କା କରିବା ଲାଗି ପ୍ରତ୍ୟେକ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥାଏ । ଏଥିଲାଗି କିଛି ଅଭିନେତ୍ରୀଙ୍କୁ ଅଭିନେତାଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ପଡ଼ିଥାଏ । ବଲିଉଡ଼ରୁ ନେଇ ସାଉଥ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଏଭଳି କେତେକ ଫିଲ୍ମ ଅଛି ଯାହା ବକ୍ସ ଅଫିସରେ ୧ହଜାରରୁ ଅଧିକ କୋଟି କଲେକ୍ସନ କରି ସାରିଛି । ଏହି ଫିଲ୍ମରେ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ମଧ୍ୟ ମୁଖ୍ୟ ଭୂମିକା ରହିଛି । ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭାରତରେ ପ୍ରଥମ ୧ହଜାର କୋଟିର ହିଟ୍ ଫିଲ୍ମ ଦେଇଥିଲେ । ଏବେ ଆପଣଙ୍କୁ ଲାଗୁଛି କି ଦୀପିକା ପାଦୁକୋନ, କରୀନା କପୁର କିମ୍ବା ରଶ୍ମିକା ମନ୍ଦାନା, ସାମନ୍ଥା ହେବେ । କିନ୍ତୁ ଆସନ୍ତୁ ଜାଣିବା କିଏ…
ପ୍ରକାଶ ଯେ, ଆମେ ଯେଉଁ ସୁନ୍ଦରୀଙ୍କ ବିଷୟରେ କହୁଛୁ ତାଙ୍କ ନାଁ ଅନୁଷ୍କା ଶେଟ୍ଟି । ଅନୁଷ୍କା ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏ ୧୦୦୦ କୋଟି ଟଙ୍କାର ହିଟ୍ ଫିଲ୍ମ ଦେଇଥିଲେ । ଅନୁଷ୍କା ଶେଟ୍ଟିଙ୍କୁ ଦକ୍ଷିଣ ଶିଳ୍ପରେ କ୍ବିନ ମଧ୍ୟ କୁହାଯାଏ। ତେବେ ଆସନ୍ତୁ ଜାଣିବା ଅନୁଷ୍କା ତାଙ୍କର ଗୋଟିଏ ଫିଲ୍ମ ପାଇଁ କେତେ ଚାର୍ଜ କରନ୍ତି ଏବଂ ତାଙ୍କର ନେଟ୍ ସମ୍ପତ୍ତି କେତେ।
ଅନୁଷ୍କା ପ୍ରଥମ ଅଭିନେତ୍ରୀ ଅଟନ୍ତି ଯିଏ ୧ହଜାର କୋଟିରୁ ଅଧିକ କଲେକ୍ସନ କରିଥିବା ଫିଲ୍ମରେ କାମ କରିଛନ୍ତି । ତାଙ୍କ ଫିଲ୍ମ ‘ବାହୁବଳୀ : ଦ କନକ୍ଲୁଜନ’ ଅଟେ । ଏହି ଫିଲ୍ମର ପ୍ରଥମ ଭାଗକୁ ବି ଦର୍ଶକ ବହୁ ପସନ୍ଦ କରିଥିଲେ । ପ୍ରଥମ ପାର୍ଟରେ ଲିଡ଼ ରୋଲରେ ଅଭିନେତ୍ରୀ ତମନ୍ନା ଭାଟ୍ଟିୟା ଥିଲେ । ଫିଲ୍ମର ପ୍ରଥମ ପାର୍ଟ ଓ୍ବାର୍ଲ୍ଡ ଓ୍ବାଇଡ୍ କେବଳ ୬୦୦-୬୫୦କୋଟିର କଲ୍ସେନ କରିଥିଲା । ଏହି ଫିଲ୍ମ ତମନ୍ନା ଭାଟିୟା ସହ ଲିଡ୍ ରୋଲରେ ପ୍ରଭାସ ଥିଲେ ।
୨୦୧୭ରେ ଫିଲ୍ମର ଦ୍ବିତୀୟ ପାର୍ଟ‘ବାହୁବଳୀ : ଦ କନକ୍ଲୁଜନ’ ରିଲିଜ ହୋଇଥିଲା ଏବଂ ଏହି ଫିଲ୍ମ ପୂରା ବିଶ୍ବରେ ଧୁମ୍ ମଚାଇଥିଲା । ବିଶ୍ବରେ ଏହି ଫିଲ୍ମ ୧୮୧୦କୋଟି ଟଙ୍କା କଲେକ୍ସନ କରିଥିଲା । ଏହି ଫିଲ୍ମରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ଲିଡ୍ ରୋଲରେ ଥିଲେ । ‘ବାହୁବଳୀ : ଦ କନକ୍ଲୁଜନ’ ପରେ ଅନୁଷ୍କା ଶେଟ୍ଟୀ ପ୍ରଥମ ଅଭିନେତ୍ରୀ ହୋଇଛନ୍ତି ଯିଏ ୧ହଜାର କୋଟିରୁ ଅଧିକ କଲେକ୍ସନ କରିଥିଲେ । ଫିଲ୍ମରେ ଅନୁଷ୍କା ଏବଂ ପ୍ରଭାସଙ୍କ ଯୋଡ଼ିକୁ ବହୁ ପସନ୍ଦ କରାଯାଇଥିଲା ।