ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ପାକିସ୍ତାନରେ ଭାରତୀୟ ସଂଗୀତ ଉପରେ କଟକଣା, ଏଫଏମ୍‌ରେ ବାଜିବନି ଗୀତ

Published By : Ankita S | May 2, 2025 9:13 AM

ନୂଆଦିଲ୍ଲୀ,୦୨/୦୫: ପାକିସ୍ତାନରେ ଭାରତୀୟ ସଂଙ୍ଗୀତ ବ୍ୟାନ୍ ହୋଇଛି । ପାକିସ୍ତାନ ବ୍ରଡ଼କାଷ୍ଟର୍ସ ଆସୋସିଏସନ ଏହି କଟକଣା ଲଗାଇଛି । ପାକିସ୍ତାନ ଏଫଏମ୍ ରେଡିଓରେ ବାଜିବନି ଭାରତୀୟ ଗୀତ । ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନ (ପିବିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗତ ସପ୍ତାହରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୭ ନିରୀହ ଜୀବନ ଯାଇଥିଲା । ଏହା ପରେ ଭାରତ -ପାକିସ୍ତାନ ସମ୍ପର୍କ ବିଗିଡିବାରେ ଲାଗିଛି । ପାକ୍ ଉପରେ ଭାରତ ୱାଟରଠୁ ନେଇ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲା । ଏହାପରେ ଭାରତୀୟ ସଂଙ୍ଗୀତ ଉପରେ କଟକଣା ଲଗାଇଛି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏହା ପରେ ବିଳବିଳଉଛି ପାକିସ୍ତାନ । ଭାରତର ୱାଟର ଓ ଡିଜିଟାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନ ଏବେ ପାକ୍ ଏଫଏମ ରେଡିଓ ଷ୍ଟେସନରେ ଭାରତୀୟ ସଂଙ୍ଗୀତ ପ୍ରସାରଣ ଉପରେ କଟକଣା ଲଗାଯାଇଛନ୍ତି ।

ପିବିଏ ନିଷ୍ପତ୍ତି ନେଇଛି କି, ଏବେ ପାକିସ୍ତାନର ସବୁ ଏଫଏମ ରେଡିଓ ଷ୍ଟେସନରେ ତତ୍‌କାଳ ପ୍ରଭାବରେ ଭାରତୀୟ ସଂଙ୍ଗୀତ ଉପରେ କଟକଣା ଲାଗୁଛି । ପାକିସ୍ତାନ ସୂଚନା ମନ୍ତ୍ରୀ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏକଜୁଟତାର ମଜବୁତ ସନ୍ଦେଶ ବୋଲି କହିଛନ୍ତି । ପିବିଏର ଏହା ଦେଶଭକ୍ତିପୂର୍ଣ୍ଣ ନିଷ୍ପତ୍ତି ଏହା ଦେଶର ଭାବନାକୁ ଦର୍ଶାଉଛି । ଆମେ ଅସୁବିଧା ସମୟରେ ରାଷ୍ଟ୍ରୀୟ ଏକତା ପାଇଁ ଏକାଠୀ ଅଛୁ ବୋଲି କହିଛନ୍ତି ସୂଚନା ମନ୍ତ୍ରୀ ଅତଉଲ୍ଲା ତରାର ।

ଅଧିକ ପଢନ୍ତୁ...ଭାରତ ଭୟରେ ପାକିସ୍ତାନ; ପାକ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶହବାଜ

କହି ରଖୁଛି କି, ଗତ ୨୨ରେ ଜମ୍ମୁକଶ୍ମୀର ପହଲଗାମ ବୈସରନ ଘାଟିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ନେଇ ଭାରତ ବଡ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଛି । ଅଟାରୀ ସୀମା ସହ ପାକ୍ ପାଇଁ ବାୟୁସୀମା ବନ୍ଦ କରିଛନ୍ତି । ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରାଯାଇଛି । ଆଗକୁ ଡାକ ସେବା ଓ ୱେବସାଇଟ ବନ୍ଦ କରିବାକୁ ଯୋଜନା କରୁଛନ୍ତି ଭାରତ ସରକାର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.