ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ତାଲିକାରେ ସାମିଲ୍ ଶାହାରୁଖ ଖାନ

Published By : prameya | May 2, 2025 2:07 PM

ମୁମ୍ବାଇ,୦୨/୦୫: ହଲିଉଡ୍ କିମ୍ବା ବଲିଉଡର ତାରକାମାନେ କେବଳ ପରଦାରେ ଚମକନ୍ତିନି। ବରଂ ଭଲ ଟଙ୍କା ମଧ୍ୟ ରୋଜଗାର କରନ୍ତି । ବର୍ଷ ବର୍ଷ ଧରି ଅନେକ ଅଭିନେତା ସେମାନଙ୍କ ଫିଲ୍ମ କ୍ୟାରିୟର ସହ ବିଭିନ୍ନ ବ୍ୟବସାୟରୁ ଟଙ୍କା ରୋଜଗାର କରିଛନ୍ତି । ସେଲିବ୍ରିଟିମାନେ କେବଳ ଚଳଚ୍ଚିତ୍ରରୁ ପାଉଥିବା ଟଙ୍କା କିମ୍ବା ଫି' ଉପରେ ନିର୍ଭର କରନ୍ତି ନାହିଁ, ସେମାନେ  ନିବେଶ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବାଣିଜ୍ୟିକ ବିଜ୍ଞାପନ ମାଧ୍ୟମରେ ମଧ୍ୟ ଟଙ୍କା ରୋଜଗାର କରନ୍ତି । ତେବେ ନିକଟରେ ଏକ ପତ୍ରିକାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାମିଲ ଅଛନ୍ତି ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନ । 

ତାଙ୍କର  ଅଭିନୟ ବ୍ୟତୀତ, ତାଙ୍କ ରୋଜଗାରରେ ସ୍ମାର୍ଟ ନିବେଶ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ । କେବଳ ଏତିକି ନୁହେଁ ଶାହରୁଖ ନିଜେ ଚଳଚ୍ଚିତ୍ର ମଧ୍ୟ ପ୍ରଯୋଜନା କରନ୍ତି । ତାଙ୍କ ପ୍ରଡକ୍ସନ ହାଉସର ନାମ ହେଉଛି ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ । ବଲିଉଡ କିଙ୍ଗ ଖାନ କେବଳ ଏହି ତାଲିକାରେ ଏକ ଭଲ ସ୍ଥାନ ପାଇନାହାଁନ୍ତି ବରଂ ଅନେକ ହଲିଉଡ୍ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହା ସହିତ, ସେ ଏକମାତ୍ର ଭାରତୀୟ ଅଭିନେତା ଯିଏ ଏହି ତାଲିକାରେ ସ୍ଥାନ ପାଇଛନ୍ତି । 

ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୮୭୬.୫ ମିଲିୟନ ଡଲାର। ଶାହରୁଖ ବଲିଉଡର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତାଙ୍କ ମଧ୍ୟରୁ ଜଣେ । ରିପୋର୍ଟ ଅନୁସାରେ, ସେ ଗୋଟିଏ ଫିଲ୍ମ ପାଇଁ ୧୫୦-୨୫୦ କୋଟି ଟଙ୍କା ନିଅନ୍ତି । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା କିଙ୍ଗ ଖାନଙ୍କ 'ଜବାନ' ଏବଂ 'ପଠାନ' ଉଭୟର ମୋଟ ବକ୍ସ ଅଫିସ୍ ଆୟ ୨୦୦୦ କୋଟିରୁ ଅଧିକ ଥିଲା। ଦୁଇଟି ଫିଲ୍ମ ଅନେକ ରୋଜଗାର ରେକର୍ଡ ଭାଙ୍ଗିଥିଲା। ତାଙ୍କର ଅନେକ ଲିଗରେ ଏକ କ୍ରିକେଟ ଦଳ ଅଛି ।  ଆଇପିଏଲ କୋଲକାତା ନାଇଟ୍ ରାଇଡର୍ସର ସେମାଲିକ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.