ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ମଉଳିଲା ଭାରତରେ କ୍ୟାରିଅର କରିବାର ଆଶା, ଦିଲଜିତଙ୍କ ଫିଲ୍ମରୁ ଆଉଟ୍‌ ହେଲେ ହାନିୟା ଆମିର

Published By : Prameya | April 29, 2025 9:35 AM

ନୂଆଦିଲ୍ଲୀ ୨୯/୦୪: ଗତ ବର୍ଷ ଅକ୍ଟୋବରରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଂଝ ଲଣ୍ଡନରେ ଆୟୋଜିତ ନିଜ କନ୍‌ସର୍ଟରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିବା ଫ୍ୟାନ୍‌ ଦେଖିଥିଲେ । ମଞ୍ଚରେ ପଞ୍ଜାବୀ ସୁପର୍‌ଷ୍ଟାର୍‌ ଦିଲଜିତ ହାନିୟାଙ୍କ ପାଇଁ ନିଜର ଆଇକନିକ୍‌ ଗୀତ ‘ଲଭର୍‌’ ଗାଇଥିଲେ । ଜଣେ ଫ୍ୟାନ୍‌ ଭାବେ ଦିଲଜିତଙ୍କ ସହ ମଞ୍ଚକୁ ଆସିବା ପାଇଁ ହାନିଆ ସ୍ୱପ୍ନ ଦେଖୁଥିଲେ । ଲଣ୍ଡନ କନ୍‌ସର୍ଟରେ ସେହି ସ୍ୱପ୍ନ ପୂରଣ ହୋଇଥିଲା । ଏଇ ମାସ ଆରମ୍ଭରେ ଏକ ଫିଲ୍ମରେ ଦିଲଜିତ ଓ ହାନିୟା ଏକାଠି କାମ କରିବାର ଗୁଜବକୁ ନେଇ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚା ଜୋର ଧରିଲା । ଏ ନେଇ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଥିଲେ । ଅନେକ ଆଲୋଚନା କଲେ ଯେ ‘ସର୍‌ଦାର ଜୀ-୩’ରେ ଉଭୟ ଏକାଠି ନଜର ଆସିବେ ।

ବର୍ତ୍ତମାନ ଚର୍ଚ୍ଚା ହେଉଛି, ହାନିୟା ପହଲଗାମ୍‌ ଆତଙ୍କୀ ହମ୍‌ଲା ସମ୍ପର୍କିତ ନିଜର ପୋଷ୍ଟ୍‌କୁ ହଟାଇ ଦେଇଛନ୍ତି । ପହଲଗାମ୍‌ ନରସଂହାର ପରେ ପାକ୍‌ କଳାକାର ଫୱାଦ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବୀର ଗୁଲାଲ୍‌’ର ରିଲିଜ୍‌କୁ ବାତିଲ କରାଯାଇଛି । ଦୀର୍ଘ ୯ ବର୍ଷ ପରେ ପୁଣି ଥରେ ବଲିଉଡ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ ଫୱାଦ । ଚଳିତ ମାସ ୯ ତାରିଖରେ ଫିଲ୍ମ ରିଲିଜ୍‌ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଗୁଜବ ଉଠିଛି ଯେ ନୀରୁ ବାଜୱାଙ୍କ ‘ସର୍‌ଦାର ଜୀ-୩’ ଫିଲ୍ମରେ ଦିଲଜିତଙ୍କ ସହ ଭାରତରେ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିବା ହାନିୟା ଆମିରଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି । ନିର୍ମାତା ଏବେ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କୁ ଖୋଜୁଛନ୍ତି । ଗତ ମାସ ଫିଲ୍ମର ଲଣ୍ଡନ ସିଡ୍ୟୁଲ୍‌ର ସୁଟିଂ ଶେଷ ହୋଇଥିଲା । କିନ୍ତୁ ସଦ୍ୟ ରିପୋର୍ଟ ଅନୁସାରେ, ନିର୍ମାତା ଏବେ ହାନିଆଙ୍କ ସିନ୍‌କୁ ହଟାଇବାକୁ ଏବଂ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କ ସହ ସୁଟ୍‌ କରିବାକୁ ଚିନ୍ତା କରୁଛନ୍ତି । ଇଣ୍ଟର୍‌ନେଟ୍‌ରେ ଏହି ଗୁଜବକୁ ନେଇ ଜୋର୍‌ ଚର୍ଚ୍ଚା ହେଉଛି । କିଛି ଏହାକୁ ଠିକ୍‌ ନିଷ୍ପତ୍ତି ବୋଲି କହୁଛନ୍ତି । ପହଲଗାମ୍‌ ଆକ୍ରମଣ ପରେ ଭାରତୀୟ ପ୍ରୋଜେକ୍ଟରେ ପାକ୍‌ କଳାକାରଙ୍କ କାମ ଉପରେ ସଭିଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.