ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ଏଆର ରହମାନଙ୍କ ବଢିଲା ଅଡ଼ୁଆ, ଆସିଲା ଟ୍ୟୁନ ଚୋରୀର ଅଭିଯୋଗ

Published By : Prameya | April 26, 2025 6:50 PM

ମୁମ୍ବାଇ,୨୬/୪ :   ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏଆର ରହମାନ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଦିଲ୍ଲୀ ହାଇକୋର୍ଟ ଟ୍ୟୁନ୍ କପି ଅଭିଯୋଗରେ ତାଙ୍କୁ ଏବଂ ଫିଲ୍ମ ପ୍ରଡକ୍ସନ କମ୍ପାନୀ ମଦ୍ରାସ ଟକିଜ ଉପରେ ଦୁଇ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ମାମଲା ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ ପୋନ୍ନିୟନ ସେଲବନ ୨’ର ଗୀତ ‘ବୀରା ରାଜା ବୀରା’ସହ ଯୋଡ଼ି ହୋଇଛି । କୋର୍ଟ ରହମାନଙ୍କୁ ଏହି ମାମାଲରେ ନୋଟିସ ପଠାଇଛନ୍ତି ।

ପଦ୍ମଶ୍ରୀ ଉସ୍ତାଦ ଫ୍ୟାୟାଜୁଦ୍ଦିନ ବସୀଫୁଦ୍ଦିନ ଡାଗର ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରି ଅଭିଯୋଗ ଲଗାଇଥିଲେ କି ‘ବୀରା ରାଜା ବୀରା’ଗୀତର ଟ୍ୟୁନ ତାଙ୍କ ବାପା ନାସିର ଫ୍ୟାୟାଜୁଦ୍ଦିନ ଡାଗର ଏବଂ ଦାଦା ନାସିର ଜାହିରୁଦ୍ଦିନ ଡାଗରଙ୍କ କମ୍ପୋଜ ‘ଶିବ ସ୍ତୁତି’ରୁ କପି କରାଯାଇଛି । ସେ ଦାବି କରିଛନ୍ତି କି ଗୀତ ଅଲଗା ଅଛି, କିନ୍ତୁ ଏହି ଗୀତର ଲୟ ଏବଂ ବିଟ୍ସ ‘ଶିବ ସ୍ତୁତି’ସହ ସମ୍ପୂର୍ଣ୍ଣ ମିଶୁଛି ଏବଂ ଏହାର ଶ୍ରେୟ ତାଙ୍କ ପରିବାରକୁ ଦିଆଯାଇନାହିଁ । 

କୋର୍ଟ ଶୁଣାଣି ସମୟରେ କହିଛନ୍ତି କି, ‘ଶିବ ସ୍ତୁତି’ର ସମ୍ପୂର୍ଣ୍ଣ ଭାବେ ନକଲ ଅଟେ । ଖାଲି କେତେକ ପରିବର୍ତ୍ତନ କରାଯାଇଛି । ରହମାନ ଏବଂ ନିର୍ମାତା କମ୍ପାନୀ ତାଙ୍କ କାମକୁ କୌଣସି ଶ୍ରେୟ ଦେଇନାହିଁ । କୋର୍ଟ ସ୍ପଷ୍ଟ କରିଛନ୍ତି କି ଡାଗରଙ୍କ କାମକୁ ବିନା ଉଚିତ ଶ୍ରେୟରେ ବ୍ୟବହାର କରିବା କପିରାଇଟ୍ ଉଲ୍ଲଂଘନ ଅଟେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.