ମୁମ୍ବାଇ,୨୪/୪ : ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ରାମାୟଣ’ର ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। ଦର୍ଶକ ଫିଲ୍ମର ଟ୍ରେଲର ଏବଂ ରିଲିଜକୁ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିରେ ସନି ଦେଓ୍ବଲ, ରଣବୀର କପୁର ଏବଂ ସାଉଥ ଫିଲ୍ମ ଅଭିନେତ୍ରୀ ସାଇ ପଲ୍ଲବୀ ଲିଡ଼ ରୋଲରେ ନଜର ଆସିବାରେ ଅଛନ୍ତି । ଫିଲ୍ମ ଦୁଇ ଭାଗରେ ରିଲିଜ ହେବ । ପ୍ରଥମ ଭାଗ ୨୦୨୬ରେ ରିଲିଜ ହେବ ଏବଂ ଦ୍ବିତୀୟର ଏବେ ସମୟ କିଛି ସ୍ପଷ୍ଟ ହୋଇନାହିଁ ।
ପ୍ରଥମେ ଏହି ଫିଲ୍ମର କାଷ୍ଟିଂକୁ ନେଇ ବହୁ ଚର୍ଚ୍ଚା ହେବାରେ ଲାଗିଥିଲା । କିଏ କେଉଁ ଭୂମିକାରେ ନଜର ଆସିବେ । ଏହି ବିଷୟରେ ବହୁ କଥା ସାମ୍ନାକୁ ଆସିଥିଲା । କେତେକ ନାଁ ବି ସାମ୍ନାକୁ ଆସିଥିଲା । କୁହାଯାଉଥିଲା କି ରାବଣ ଭୂମିକା କେଜିଏଫ ଷ୍ଟାରର ୟଶ ନିଭାଇବେ, କିନ୍ତୁ ପରେ ସେ ଏହି ପ୍ରୋଜେକ୍ଟରୁ ନିଜକୁ ଦୂରେଇ ରଖିଥିଲେ । ରଣବୀର କପୁର ଫିଲ୍ମରେ ‘ରାମ’ଙ୍କ ଭୂମିକା ନିଭାଇବାର ନଜର ଆସିବେ । ସେହିଭଳି ସାଇ ପଲ୍ଲବୀ ‘ସୀତା’ଙ୍କ ଚରିତ୍ରରେ ନଜର ଆସିବେ । ସନୀ ଦେଓ୍ବଲ ‘ହନୁମାନ’ ହେବେ ।
ନିକଟରେ ସିଦ୍ଧାର୍ଥ କନନଙ୍କ ସାଙ୍ଗରେ କଥା ହେବା ସମୟରେ ସାଉଥ ଅଭିନେତ୍ରୀ ଶ୍ରୀନିଧି ଶେଟ୍ଟୀ କହିଛନ୍ତି କି ‘ସୀତା’ଙ୍କ ଚରିତ୍ର ସେ କରିଥାନ୍ତେ । କିନ୍ତୁ କଥାବାର୍ତ୍ତା ଠିକ୍ ହୋଇପାରିନଥିଲା । ଶ୍ରୀନିଧି କହିଛନ୍ତି, ଆପଣ ସମସ୍ତେ ଜାଣିଛନ୍ତି କି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ମୁଁ ମେକର୍ସଙ୍କୁ ଭେଟିଥିଲି ଏବଂ ସ୍କ୍ରିନ ଟେଷ୍ଟ ବି ଦେଇଥିଲି । ମୋର ମନେ ଅଛି ମୁଁ ୩ ସିନ୍ସ ପାଇଁ ଭଲ ଭାବେ ପ୍ରସ୍ତୁତି ବି କରି ନେଇଥିଲି । ମେକର୍ସଙ୍କୁ ବି ତାହା ପସନ୍ଦ ଆସିଥିଲା । ସେ ବି ତାରିଫ କରିଥିଲେ । କିନ୍ତୁ ପରେ କଥାବାର୍ତ୍ତା ସଠିକ୍ ହୋଇପାରିନଥିଲା । ସାଇ ପଲ୍ଲବୀଙ୍କୁ ଏହି ଚରିତ୍ର ପାଇଁ କନଫର୍ମ କରି ଦିଆଯାଇଥିଲା ।
‘ହିଟ୍ ୩’ ର ପ୍ରମୋଶନରେ ବ୍ୟସ୍ତ ଶ୍ରୀନିଧି କହିଛନ୍ତି ମୋତେ ଜଣାପଡ଼ିଥିଲା କି ୟଶ ଏହି ଫିଲ୍ମର ଭାଗିଦାରୀ ହେବାରେ ଅଛନ୍ତି । ସେହି ସମୟରେ କେଜିଏଫ ୨ ରିଲିଜ ହୋଇଥିଲା । ଆମେ ଦୁହିଁଙ୍କ ଯୋଡ଼ି ବହୁ ହିଟ୍ ଥିଲା । ଲୋକଙ୍କୁ ବହୁ ପସନ୍ଦ ଆସିଥିଲା । ପରେ ରିଲିଜର ଗୋଟିଏ କିମ୍ବା ୨ ମାସ ପରେ ରାମାୟଣର ଅଡ଼ିଶନ ଆରମ୍ଭ ହୋଇଥିଲା । ମୁଁ ଭାବିଲି କି ୟଶ ‘ରାବଣ’ ହେବେ ଏବଂ ମୁଁ ’ସୀତା’ କେଉଁଠି ଦର୍ଶକଙ୍କୁ ଅପୋଜିଟରେ ଯୋଡ଼ି ପସନ୍ଦ ଆସିବ କି ନାହିଁ । ମୋତେ ଲାଗୁଛି କି ସାଇ ପଲ୍ଲବୀ ଏହି ଚରିତ୍ର ଲାଗି ବହୁ ଭଲ ଚଏସ ଅଟନ୍ତି । ଫିଲ୍ମରେ ‘ସୀତା’ଙ୍କ ଚରିତ୍ରରେ ତାଙ୍କୁ ଦେଖିବାକୁ ପସନ୍ଦ କରିବି।