ପ୍ରମୂଖ ଖବର
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ମନି ଲଣ୍ଡରିଂ ମାମଲାରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ

Published By : prameya | April 22, 2025 10:42 AM

ନୂଆଦିଲ୍ଲୀ,୨୨/୦୪: ଅଡ଼ୁଆରେ ସାଉଥ ସୁପରଷ୍ଟାର । ଅଭିନେତା ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ସମନ କରିଛି ଇଡି । ଅଭିନେତାଙ୍କୁ ଏପ୍ରିଲ ୨୮ ରେ ହାଇଦ୍ରାବାଦ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି।  ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ଏହାପରେ ମହେଶ ବାବୁଙ୍କୁ ସମନ ଜାରି କରାଯାଇଛି । 

ଇଡି ସୂତ୍ର ଅନୁଯାୟୀ, ମହେଶ ବାବୁ ସାଇ ସୂର୍ଯ୍ୟ ଡେଭେଲପର୍ସର ପ୍ରୋଜେକ୍ଟଗୁଡ଼ିକୁ ପ୍ରମୋଟ କରିବା ପାଇଁ ଏକ ଏଣ୍ଡୋର୍ସମେଣ୍ଟ ଡିଲ୍‌ ବାବଦରେ ୫.୯ କୋଟି ଟଙ୍କା ପାଇଥିଲେ। ଏହି ରାଶିରୁ ୩.୪ କୋଟି ଟଙ୍କା ଚେକ୍‌ ମାଧ୍ୟମରେ ଏବଂ ୨.୫ କୋଟି ଟଙ୍କା ନଗଦରେ ପ୍ରଦାନ କରାଯାଇଥିଲା। ଏହି କାରବାରର ନଗଦ ଅଂଶ ଏବେ ଇଡିର ସ୍କାନରକୁ ଆସିଛି ।  ତେଣୁ ମହେଶ ବାବୁଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । 

ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ମହେଶ ବାବୁ ନେଇଥିବା ଅଭିଯୋଗ ହୋଇଛି । ଇଡି ଏହି ମାମଲାରେ ଭାଗ୍ୟନଗର ପ୍ରୋପର୍ଟିଜ ଲିମିଟେଡର ନିର୍ଦ୍ଦେଶକ ନରେନ୍ଦ୍ର ସୁରାନା ଏବଂ ସାଇ ସୂର୍ଯ୍ୟ ଡେଭେଲପର୍ସର ମାଲିକ କେ. ସତୀଶ ଚନ୍ଦ୍ର ଗୁପ୍ତାଙ୍କ ବିରୁଦ୍ଧରେ ମଧ୍ୟ ତଦନ୍ତ କରୁଛି। ଏପ୍ରିଲ ୧୬ରେ ସେକେନ୍ଦ୍ରାବାଦ, ଜୁବିଲି ହିଲ୍ସ ଏବଂ ବୋଏନପାଲ୍ଲୀରେ ଏହି ସଂସ୍ଥାଗୁଡ଼ିକ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଥିଲା, ଯେଉଁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.