ପ୍ରମୂଖ ଖବର
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ବାହାରିଲା ୟୁପିଏସସି ରେଜଲ୍ଟ; ଶକ୍ତି ଦୁବେ IAS ଟପ୍ପର, ଏମିତି କରନ୍ତୁ ଚେକ୍

Published By : Ankita S | April 22, 2025 2:25 PM

ନୂଆଦିଲ୍ଲୀ,୨୨/୦୪: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ରେଜଲ୍ଟ । ଶକ୍ତି ଦୁବେ ଆଇଏଏସ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ହର୍ଷିତା ଗୋୟଲ । ଡୋଙ୍ଗ ଅର୍ଚିତ ପରାଗ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥରେ ଚିରାଗ ଓ ପଞ୍ଚମରେ ଆକାଶ ଗର୍ଗ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ କୋମଲ କୁନିଆ ଓ ସପ୍ତମରେ ଆୟୁଶି ବଂଶଲ ରହିଛନ୍ତି । ଅଷ୍ଟମରେ ରାଜକ୍ରୀଷ୍ଣା ଝା ରହିଥିବା ବେଳେ ନବମରେ ଆଦିତ୍ୟ ବିକ୍ରମ ଅଗ୍ରୱାଲ । ଦଶମ ସ୍ଥାନରେ ମୟଙ୍କ ତ୍ରିପାଠୀ ରହିଛନ୍ତି । ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ରହିଛନ୍ତି । ପରୀକ୍ଷାର୍ଥୀମାନେ upsc.gov.in ୱେବସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖିପାରିବେ।

ଓଡ଼ିଶାର ୮ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୪୮ତମ ସ୍ଥାନରେ ରିତିକା ରଥ, ୯୫ତମ ସ୍ଥାନରେ ଓଡ଼ିଶାର ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଓଡ଼ିଶାର ଆଦିତ୍ୟ ଆଚାର୍ଯ୍ୟ, ୧୬୪ରେ ଦୀପ୍ତି ରଞ୍ଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।

ସାକ୍ଷାତକାର ଓ ମୁଖ୍ୟ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି। କମିଶନ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ମନୋନୀତ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ୧୦୯ ଜଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର (EWS), ୩୧୮ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC), ୧୬୦ ଜଣ ଅନୁସୂଚିତ ଜାତି (SC) ଓ ୮୭ ଜଣ ଅନୁସୂଚିତ ଜନଜାତି (ST)। ଏଥିରେ ଚାରୋଟି ବର୍ଗର ୪୫ ଜଣ ଶାରୀରିକ ଅକ୍ଷମତା ବା ଦିବ୍ୟାଙ୍ଗ ପ୍ରାର୍ଥୀ ରହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.