ପ୍ରମୂଖ ଖବର
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

‘ଆପଣମାନେ ସ୍କୁଲକୁ ଫେରି ଯାଆନ୍ତୁ, ବେତନର ବ୍ୟବସ୍ଥା ଆମେ କରିବୁ : ପ୍ରଦର୍ଶନକାରୀ ଶିକ୍ଷକଙ୍କୁ ମମତାଙ୍କ ଆଶ୍ବାସନା

Published By : Prameya | April 22, 2025 5:25 PM

କୋଲକାତା,୨୨।୪: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ବିବାଦ ବଢିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରାୟ ୨୫ ହଜାରରୁ ଅଧିକ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରି ଦିଆଯାଇଛି। ଏହାପରେ ଏବେ ଶିକ୍ଷକମାନେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶିକ୍ଷକଙ୍କୁ ସ୍କୁଲକୁ ଫେରିବାକୁ କହିଛନ୍ତି। ସେ କହିଛନ୍ତି, ସରକାର ତାଙ୍କ ବେତନର ବ୍ୟବସ୍ଥା କରିବେ।

ସୁପ୍ରିମକୋର୍ଟଙ୍କ ରାୟ ପରେ ନିଜର ଚାକିରୀ ହରାଇ ସାରିଥିବା ହଜାର ହଜାର ଶିକ୍ଷକ ପ୍ରଦର୍ଶନ କରୁଥିଲେ। ସଲ୍ଟ ଲେକ୍‌ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(ଡବ୍ଲୁବିଏସ୍ଏସ୍‌ସି) ମୁଖ୍ୟାଳୟ  ବାହାରେ ମଙ୍ଗଳବାର ତାଙ୍କର ପ୍ରଦର୍ଶନ ଜାରି ରହିଛି। ମମତା ବାନାର୍ଜୀ କହିଛନ୍ତି, ଆପଣଙ୍କୁ ଏହି କଥାର ଚିନ୍ତା କରିବା ଦରକାର ନାହିଁ, କିଏ ଦାଗୀ ଓ କିଏ ନୁହେଁ। ଆପଣଙ୍କୁ କେବଳ ଏହି କଥାର ଚିନ୍ତା କରିବା ଦରକାର ଯେ, କ’ଣ ଆପଣଙ୍କ ପାଖରେ ଚାକିରୀ ଅଛି କି ନାହିଁ ?  ଆପଣଙ୍କୁ ଠିକ୍ ସମୟରେ ବେତନ ମିଳୁଛି କି ନାହିଁ ? ଦାଗି ଓ ବେଦାଗୀ ଶିକ୍ଷକଙ୍କ ପରିଚୟ କରିଥିବା ସୂଚୀ ସରକାର ଓ କୋର୍ଟ ପାଖରେ ରହିଛି।’

ମମତା ମେଦିନାପୁରୀରେ ଏକ ପ୍ରଶାସନିକ କାର୍ଯ୍ୟକ୍ରମରେ କହିଛନ୍ତି, ଆମେ ଆଶ୍ବାସନା ଦେଉଛୁ ଯେ, ଆପଣଙ୍କ ଚାକିରୀ ଏବେ ସୁରକ୍ଷିତ ରହିଛି ଓ ଆପଣଙ୍କୁ ନିଜର ବେତନ ମିଳିବ। ଦୟାକରି ନିଜର ସ୍କୁଲକୁ ଫେରି ଯାଆନ୍ତୁ ଓ କ୍ଲାସ୍ ପୁଣିଥରେ ଆରମ୍ଭ କରନ୍ତୁ। ମୁଁ କାଲି ରାତିରୁ ବହୁବାର ଏନେଇ କଥା ହୋଇଛି। ମୁଁ ଆପଣଙ୍କ ସହ ଅଛି। ଚାକିରୀ ହରାଇଥିବା ଗ୍ରୁପ୍ ସି’ ଓ ଗ୍ରୁପ୍ ଡି’ କର୍ମଚାରୀଙ୍କ ପାଇଁ ଏକ ପୁନଃବିଚାର ଆବେଦନ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯିବ। ସେ ପର୍ଯ୍ୟନ୍ତ ଆପଣମାନେ ଆମ ଉପରେ ବିଶ୍ବାସ ରଖନ୍ତୁ।’

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.