ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଭାରତର କମାଲ: AI ରେ ତିଆରି ହେଲା ଦୁନିଆର ପ୍ରଥମ ଫିଲ୍ମ, ରହିଛି ୧୨ଟି ଗୀତ

Published By : Prameya | April 22, 2025 7:44 PM

ନୂଆଦିଲ୍ଲୀ,୨୨।୪: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ଏବେ ସବୁ ସ୍ଥାନରେ ଚାଲିଛି। ଏଆଇ ଲୋକଙ୍କ ଚାକିରୀ ମଧ୍ୟ ଖାଇବାରେ ଲାଗିଛି। ଏବେ କନ୍ନଡ ସିନେମାରେ ଏକ ଐତିହାସିକ ସଫଳତା ମିଳିଛି। ଦୁନିଆରେ ପ୍ରଥମ ଥର ଏଆଇ ଦ୍ବାରା ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଲଭ୍ ୟୁ’। ଯାହାର ଡାଇରେକ୍ଟର ଅଛନ୍ତି ଏସ୍‌.ନରସିଂହମୂର୍ତ୍ତି। ସେ ଏହି ଫିଲ୍ମକୁ ‘ଡିଜିଟାଲ ଚମତ୍କାର’ ବୋଲି ଘୋଷଣା କରିଛନ୍ତି। 

ଏହି ଫିଲ୍ମରେ ସବୁଠାରୁ ବଡ଼ କଥା ହେଲା ଏହାର ସବୁ ପାତ୍ର, ଫ୍ରେମ୍‌, ଗୀତ, ଡାଇଲଗ୍ସ, କ୍ୟାରେକ୍ଟର ଆନିମେସନ୍, ଲିପ୍-ସିକିଙ୍ଗ ଓ ଏପରିକି କ୍ୟାମେରା ମୁଭମେଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ତିଆରି କରାଯାଇଛି। ଏହି ପ୍ରୋଜେକ୍ଟରେ ଏଆଇ ଇଞ୍ଜିନିୟର ନୂତନ କୋଡିଂର ଦାୟିତ୍ବ‌ରେ ଅଛନ୍ତି। ସେଭଳି ସୁନ୍ଦର ରାଜ ଗୁଡ୍ଡୁ ଫିଲ୍ମର କ୍ରିଏଟିଭ ପାର୍ଟର ଦାୟିତ୍ବ ଗ୍ରହଣ କରିଛନ୍ତି। 

ପାରମ୍ପାରିକ ଫିଲ୍ମରେ ଶତାଧିକ ଲୋକଙ୍କ ଟିମ୍, ଆକ୍ଟର, ସୁଟିଂ ଲୋକେସନ୍‌ ଓ ବଡ଼ ସେଟ୍‌ର ଦରକାର ପଡିନି। ସେଭଳି ‘ଲଭ ୟୁ’ କୁ କିଛି ଲୋକଙ୍କ ଛୋଟ ଟିମ୍‌ ଏଆଇ ଟେକ୍ନୋଲୋଜି ଜରିଆରେ ତିଆରି କରାଯାଇଛି। ଏହି ଫିଲ୍ମ ୯୫ ମିନିଟର ରହିଛି ଓ ଖାସ୍ କଥା ଏହା ଯେ, ଏଥିରେ ୧୨ ଅରିଜିନାଲ ଗୀତ ମଧ୍ୟ ରହିଛି, ଯାହାକୁ ଏଆଇ କମ୍ପୋଜ ଓ ପ୍ରଡ୍ୟୁସ୍ କରିଛି। ଫିଲ୍ମରେ ଖୁବ୍ ସୁନ୍ଦର ଭିଜୁଆଲ, ଇମୋସନାଲ ସିନ୍ ଓ ମ୍ୟୁଜିର ଅନୁଭବ ନେଇପାରିବେ। ଏହାକୁ ଦେଖିବା ପରେ ଜାଣିପାରିବେନି ଯେ, ପ୍ରତ୍ୟେକଟି ପାତ୍ର ମଣିଷ ନୁହେଁ, ବଂର ମେସିନ୍।   ନିକଟରେ ଏହି ଫିଲ୍ମକୁ ସିବିଏଫସି(ସେନସର ବୋର୍ଡ)ରୁ ପ୍ରମାଣ ପତ୍ର ମିଳିସାରିଛି ଓ ଖୁବ୍ ଶୀଘ୍ର ଏହି ଫିଲ୍ମ ପୁରା ଦେଶର ସିନେମା ଘରେ ରିଲିଜ୍ ହେବାର ଅଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.