ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

କିଏ କୈଳାଶନାଥ ବାଞ୍ଚୁ ? ଓକିଲାତି ପଢିନାହାନ୍ତି ହୋଇଥିଲେ ସିଜେଆଇ ! ଘେରିଲେ ନିଶିକାନ୍ତ ଦୁବେ

Published By : Ankita S | April 22, 2025 2:07 PM

ନୂଆଦିଲ୍ଲୀ,୨୨/୦୪: କିଛ ଦିନ ହେବ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ସୁପ୍ରିମକୋର୍ଟ ଓ ପ୍ରଧାନବିଚାରପତିଙ୍କ ଉପରେ ବୟାନ ଦେଇ ବିବାଦରେ ଛନ୍ଦି ହୋଇଥିବା ନିଶିକାନ୍ତ ଦୁବେ ଏବେ ଆଉ ଏକ ବୟାନ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନ୍ୟାୟପାଳିକାକୁ ଟାର୍ଗେଟ କରି କଂଗ୍ରେସକୁ ଘେରିଛନ୍ତି ନିଶିକାନ୍ତ ଦୁବେ । ୧୯୬୭ରୁ ୬୮ ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଥିବା କୈଳାଶନାଥ ବାଞ୍ଚୁ ଓକିଲାତି ପାଠ ପଢିନାହାନ୍ତି ବୋଲି କହିଛନ୍ତି ନିଶିକାନ୍ତ ।

ଏମିତି ହେଲେ ସିଜେଆଇ- ୧୯୦୩ ମସିହା ଫେବୃଆରୀ ୨୫ରେ ମଧ୍ୟପ୍ରଦେଶର ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ୍ କୈଳାଶନାଥ ବାଞ୍ଚୁ । ସେ ଆଇସିଏସ ଅଧିକାରୀ ଥିଲେ । ୧୯୨୪ରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଟ୍ରେନିଂ ସାରିବା ପରେ ସେ ଲଣ୍ଡନ ଯାଇଥିଲେ । ଭାରତୀୟ ସମ୍ବିଧାନ ମୁତାବିକ କୌଣସି ବ୍ୟକ୍ତିଙ୍କୁ ବିଚାରପତି କିମ୍ବା ମୁଖ୍ୟ ବିଚାରପତି ହେବାକୁ ହେଲେ ଓକିଲାତି ଡିଗ୍ରୀ ହାସଲ କରିବା ଜରୁରୀ ।ଜଷ୍ଟିସ୍ କୈଳାଶନାଥ ସିଜେଆଇ ହେବାର କାହାଣୀ ବଡ଼ ରୋମାଞ୍ଚର । କିଛି ବର୍ଷ ଧରି ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ୧୯୩୭ରେ ତାଙ୍କୁ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତି ମିଳିଥିଲା । ସ୍ୱାଧୀନତା ପରେ ୧୯୪୭ରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟରେ କାମଚଳା ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।  ଏହାପରେ ତାଙ୍କର ବଦଳି ରାଜସ୍ଥାନ ହାଇକୋର୍ଟକୁ ହୋଇଥିଲା । ୧୯୫୬ରେ ନ୍ୟୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ରିପୋର୍ଟ ଅନୁସାରେ ୧୯୬୭ ଏପ୍ରିଲ ୧୧ରେ ଜଷ୍ଟିସ କୈଳାଶନାଥ ବାଞ୍ଚୁଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ତତ୍‌କାଳୀନ ସିଜେଆଇ ରାଷ୍ଟ୍ରପତି ନିର୍ବାଚନ ପାଇଁ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଞ୍ଚୁଙ୍କୁ ଦେଶର ୧୦ମ ସିଜେଆଇ ଭାବରେ ନିଯୁକ୍ତ କରାଯାଇଥିଲା । ୧୯୬୭ ଏପ୍ରିଲ ୨୪ରେ ଦେଶର ମୁଖ୍ୟ ବିଚାରପତି ପଦ ସମ୍ଭାଳିଥିଲେ । ୧୦ ମାସ ଯାଏ ସିଜେଇ ପଦରେ ନିଯୁକ୍ତ ହୋଇଥିଲେ । ୧୯୬୮ ମସିହା ୨୪ ଫେବୃଆରୀରେ ଅବସର ଘୋଷଣା କରିଥିଲେ । କାର୍ଯ୍ୟକାଳ ଭିତରେ ସେ ୩୫୫ ମାମଲାର ରାୟ ଶୁଣାଇଛନ୍ତି । ଏହାପରେ ଜଷ୍ଟିସ ମହମ୍ମଦ ହିଦାୟତୁଲ୍ଲାହ ପରବର୍ତ୍ତୀ ସିଜେଇ ହୋଇଥିଲେ ।

ଘେରିଲେ ନିଶିକାନ୍ତ ଦୁବେ- ସୋମବାର ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଜାରି କରିଛନ୍ତି । ସେଥିରେ ସେ ଲେଖିଛନ୍ତି,କଣ ତୁମକୁ ଜଣାଅଛି ୧୯୬୭ରୁ ୬୮ ମଧ୍ୟରେ ଦେଶର ପ୍ରଧାନ ବିଚାରପତି ଥିବା କୈଳାଶନାଥ ବାଞ୍ଚୁ ଓକିଲାତିି ପାଠ ପଢିନାହାନ୍ତି ।

ଅଧିକ ପଢନ୍ତୁ...ସୁପ୍ରିମକୋର୍ଟଙ୍କ ଉପରେ ବୟାନ ଦେଇ ଫଶିଲେ ନିଶିକାନ୍ତ ଦୁବେ,ଅବମାନନା ନେଇ ହେବ କାର୍ଯ୍ୟାନୁଷ୍ଠାନ ? ଆଟର୍ଣ୍ଣିଂ ଜେନେରାଲଙ୍କ ପାଖରେ ପହଁଞ୍ଚିଲା ଚିଠି

କହି ରଖୁଛୁ କି, ବିଜେପି ସାଂସଦ ନିଶିକାନ୍ତ ଦୁବେ ସର୍ବୋଚ୍ଚ ଅଦାଲତଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଥିଲେ । ସୁପ୍ରିମକୋର୍ଟ ଯଦି ସଂସଦ ଭଳି କାମ କରିବେ ତେବେ ସଂସଦକୁ ବନ୍ଦ କରିଦେବା ଆବଶ୍ୟକ । ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ପାଇଁ ସ୍ରୁପ୍ରିମକୋର୍ଟ ଦାୟୀ । ସୁପ୍ରିମକୋର୍ଟ ସୀମା ବାହାରକୁ ଚାଲି ଯାଇଛନ୍ତି କହିଥିଲେ ସାଂସଦ ନିଶିକାନ୍ତ ଦୁବେ । ଅବମାନନା ମକଦ୍ଦମା ଦାୟର କରିବାକୁ ଦାବି ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.