ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

Plane Crash: ଗୁଜରାଟରେ ଆଉ ଏକ ବିମାନ ଦୁର୍ଘଟଣା; ବିସ୍ପୋରଣରେ ପାଇଲଟଙ୍କ ମୃତ୍ୟୁ

Published By : Bijay Swain | April 22, 2025 6:32 PM

Image courtesy: indiatoday

ନୂଆଦିଲ୍ଲୀ: ଗୁଜରାଟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯେଉଁଠି ଏକ ବ୍ୟକ୍ତିଗତ ବିମାନ ସରବରାହ ସଂସ୍ଥାର ଏକ ପ୍ରଶିକ୍ଷଣ ବିମାନ ଗୁଜରାଟର ଶାସ୍ତ୍ରୀନଗର ଅଞ୍ଚଳରେ କ୍ରାସ ହୋଇଯାଇଥିବା ସୂଚନା ମିଳିଛି। ଏହି ଭୟାବହ ଦୁର୍ଘଟଣା ମଙ୍ଗଳବାର ଦ୍ୱିପ୍ରହର ସମୟରେ ଘଟିଥିବା ବେଳେ ଏଥିରେ ବିମାନ ଚାଳକ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ବିମାନଟି ଜନ ବହୁଳ ଅଞ୍ଚଳରେ କ୍ରାସ କରିଥିବା ବେଳେ ଏହି ଦୁର୍ଘଟଣାରେ ଅନ୍ୟ କେହି ମୃତାହାତ ହୋଇନଥିବା ଜଣାପଡିଛି। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି କ୍ରାସ ହେବା କ୍ଷଣି ଜୋରରେ ଫାଟିଯାଇଥିଲା। ଯେଉଁଥିରେ ଘଟଣାସ୍ଥଳରେ ହିଁ ପାଇଲଟଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ସହ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏନେଇ ଉପ-ଆରକ୍ଷୀ ଅଧିକ୍ଷକ ଚିରାଗ ଦେଶାଇ ସୂଚନା ଦେଇ କହିଛନ୍ତି ଯେ “ଏହି ଟ୍ରେନିଂ ଏୟାରକ୍ରାଫ୍ଟଟି ଭିଜନ ଫ୍ଲାଇଙ୍ଗ ଇନଷ୍ଚିଟ୍ୟୁଟର ବୋଲି ଜଣାପଡିଛି। ତେବେ ଏହି ବିମାନଟି ଆଜି ଅମ୍ରେଲି ର ଶାସ୍ତ୍ରୀନଗର ଅଞ୍ଚଳରେ କ୍ରାସ ହୋଇଯାଇଛି। ଅଙ୍କିତ ମହାଜନ ନାମକ ଜଣେ ପାଇଲଟ ଏହି ବିମାନ ଚାଳନା କରୁଥିଲେ। ତେବେ ଏହି ଦୁକର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।” 

ତେବେ ବିଗତ ଦୁଇମାସ ମଧ୍ୟରେ ଗୁଜୁରାଟରେ ଏପରି ଦ୍ୱିତୀୟ ଘଟଣା ଘଟିଛି। ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଆଉ ଏକ ଫ୍ଲାଇଂ ସ୍କୁଲର ଟ୍ରେନିଂ ଏୟାରକ୍ରାଫ୍ଟ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଫ୍ଲାଇଂ ସ୍କୁଲର ଜଣେ ଟ୍ରେନି ମହିଳା ପାଇଲଟ ବିମାନ ଚଳାଉଥିବା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ମେହସାନ ଜିଲ୍ଲାର ଉଚାର୍ପି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ବିମାନରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ହୋଇଥିବା ବେଳେ ବିମାନ ଚଳାଉଥିବା ପାଇଲଟ ଜଣକ ଏଥିରେ ଗୁରୁତର ଆହାତ ହୋଇଥିଲେ।

ଠିକ୍ ସେହିଭଳି ଗତ ଏପ୍ରିଲ୍‌ ୩ ତାରିଖରେ ଭାରତୀୟ ବାୟୁ ସେନାର ଏକ ଜାଗୁଆର ଫାଇଟର ଜେଟ ନିଜ ରୁଟିନ ଟ୍ରେନିଂ ପୁରା କରୁଥିବା ବେଳେ ଜାମନଗର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ୨୮ ବର୍ଷିୟ ବିମାନ ଚାଳକ, ଲିଉଟିନେଣ୍ଟ ସିଦ୍ଧାର୍ଥ ଯାଦବଙ୍କ ମୃତ୍ୟୁ ହୋଇଥିଲା। 
ଏହି ଦୁର୍ଘଟଣା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଆଧିକାରୀକ ସ୍ତରରେ ଘୋଷଣା କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଏହି ଦୁଇ ସିଟ ବିଶିଷ୍ଟ ଜାଗୁଆର ଏୟାରକ୍ରାଫ୍ଟକୁ ଜାମନଗର ଏୟାର ଫିଲ୍ଡରୁ ଏକ ନାଇଟ ମିଶନ ପୁରା କରିବାକୁ ଟେକ ଅପ୍ କରିଥିଲା। କିନ୍ତୁ ବିମାନରେ ବୈଷୟିକ ମାଲଫଙ୍କସନ ଯୋଗୁଁ ବିମାନଟି ନିୟନ୍ତ୍ରଣ ହାରଇ କ୍ରାସ କରିଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.