ପ୍ରମୂଖ ଖବର
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

Ramdev: ପୁଣି ବିବାଦ ଘେରରେ ବାବା ରାମଦେବ; ‘ଶରବତ ଜିହାଦ’ ମନ୍ତବ୍ୟ ପାଇଁ କଠୋର ସମାଲୋଚନା କଲେ ଦିଲ୍ଲୀ ହାଇକୋର୍ଟ

Published By : Bijay Swain | April 22, 2025 5:19 PM

Image courtesy: indiatoday

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ପତଞ୍ଜଳି ପ୍ରତିଷ୍ଠାତା ତଥା ଯୋଗ ଗୁରୁ ବାବା ରାମଦେବଙ୍କୁ ହମଦର୍ଦ ଲାବୋରେଟୋରୀଜର ଜନପ୍ରିୟ ପାନୀୟ ରୁହ ଆଫଜା ବିରୋଧରେ ଦିଆଯାଇଥିବା ‘ଶରବତ ଜିହାଦ’ ମନ୍ତବ୍ୟ ପାଇଁ କଠୋର ଭର୍ତ୍ସନା କରିଛନ୍ତି। ନ୍ୟାୟାଧୀଶ ଅମିତ ବଂଶଳଙ୍କ ନେତୃତ୍ୱରେ ପ୍ରସ୍ତୁତ ଏକକ ବେଞ୍ଚ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ ଏହି ମନ୍ତବ୍ୟକୁ “ଅସମର୍ଥନୀୟ” ଏବଂ “ନ୍ୟାୟାଳୟର ଚିନ୍ତାଧାରାକୁ ଝଟକା” ବୋଲି କହି ଏହାର କଡା ସମାଲୋଚନା କରିଛନ୍ତି।

ସୂଚନା ମୁତାବକ, ଏପ୍ରିଲ ୩ ତାରିଖରେ ପତଞ୍ଜଳିର ‘ଗୁଲାବ ଶରବତ’ ପ୍ରଚାର ସମୟରେ ରାମଦେବ କହିଥିଲେ ଯେ, ଏକ କମ୍ପାନୀ (ହମଦର୍ଦକୁ ସୂଚାଇ) ରୁହ ଆଫଜାରୁ ଅର୍ଜିତ ଟଙ୍କା ମସଜିଦ ଏବଂ ମଦରସା ନିର୍ମାଣ ପାଇଁ ବ୍ୟବହାର କରୁଛି। ଏବଂ ଏହାକୁ ସେ “ଶରବତ ଜିହାଦ” ବୋଲି ଅଭିହିତ କରିଥିଲେ। ଏହି ମନ୍ତବ୍ୟ ଭାଇରାଲ ହେବା ପରେ ହମଦର୍ଦ ନ୍ୟାୟାଳୟରେ ମାମଲା ଦାୟର କରି ଏହି ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ଦାବି କରିଥିଲା।

ହମଦର୍ଦ କମ୍ପାନୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, ରାମଦେବଙ୍କ ମନ୍ତବ୍ୟ କେବଳ ରୁହ ଆଫଜା ବ୍ରାଣ୍ଡର ମାନହାନି ନୁହେଁ, ବରଂ ଏହା ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ସହ ଘୃଣାମୂଳକ ଭାଷଣ ସହ ସମାନ। ସେ ଆହୁରି ମଧ୍ୟ କହିଥିଲେ ଯେ, ରାମଦେବ ହମଦର୍ଦର ମାଲିକମାନଙ୍କ ଧର୍ମକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ନ୍ୟାୟାଳୟର ତୀବ୍ର ସମାଲୋଚନା ପରେ ରାମଦେବଙ୍କ ଆଇନଜୀବୀ ରାଜୀବ ନୟାର ନ୍ୟାୟାଳୟକୁ ଆଶ୍ୱାସନା ଦେଇଛନ୍ତି କହିଛନ୍ତି ଯେ, ‘ଶରବତ ଜିହାଦ’ ସମ୍ବନ୍ଧୀୟ ସମସ୍ତ ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ପତଞ୍ଜଳି ପକ୍ଷରୁ ତୁରନ୍ତ ହଟାଇ ଦିଆଯିବ। ନ୍ୟାୟାଳୟ ରାମଦେବଙ୍କୁ ପାଞ୍ଚ ଦିନ ମଧ୍ୟରେ ଏକ ହଲଫନାମା ଦାଖଲ କରି ଭବିଷ୍ୟତରେ ଏଭଳି ମନ୍ତବ୍ୟ, ବିଜ୍ଞାପନ ବା ପୋଷ୍ଟ ଜାରି ନ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧ ତାରିଖରେ ହେବ ବୋଲି କୋର୍ଟ ତାରିଖ ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ରାମଦେବ ନିଜ ମନ୍ତବ୍ୟର ସମର୍ଥନ କରି କହିଥିଲେ ଯେ, ସେ କୌଣସି ଖାସ ବ୍ରାଣ୍ଡ ବା ସମ୍ପ୍ରଦାୟର ନାମ ନେଇ ନାହାଁନ୍ତି। ତେବେ, କଂଗ୍ରେସ ନେତା ଦିଗବିଜୟ ସିଂ ଏହି ମନ୍ତବ୍ୟକୁ ଧର୍ମୀୟ ବିଦ୍ୱେଷ ଉତ୍ପନ୍ନ କରିବାର ଅଭିଯୋଗରେ ଭୋପାଳରେ ରାମଦେବଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଯେଉଁଠି କିଛି ବ୍ୟବହାରକାରୀ ରାମଦେବଙ୍କ ମନ୍ତବ୍ୟକୁ କଡା ନିନ୍ଦା କରୁଥିବା ବେଳେ କେତେକ ତାଙ୍କ ସମର୍ଥନରେ କହୁଥିବା ଦେଖିବାକୁ ମିଳୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.