ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ପାକିସ୍ତାନର ଥରପାରକରରେ ୮୦ରୁ ଅଧିକ ମୟୁରଙ୍କ ମୃତ୍ୟୁ

Published By : Prameya | April 22, 2025 6:47 PM

ନୂଆଦିଲ୍ଲୀ, ୨୨/୪ :  ପାକିସ୍ତାନର ଥରପାରକରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଏଠାରେ ୮୦ରୁ ଅଧିକ ମୟୁରଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । କୌଣସି ଏକ ଅଜଣା ରୋଗରେ ମୟୁର ଗୁଡ଼ିକ ଅସୁସ୍ଥ ହୋଇପଡ଼ିଥିଲେ । ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପାନୀୟ ଜଳ ଏବଂ ଖାଦ୍ୟର ଘୋର ଅଭାବ ସେମାନଙ୍କ ମୃତ୍ୟୁ କାରଣ ବୋଲି କୁହାଯାଉଛି । 

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ ନଗରପାରକର, ଇସଲାମକୋଟ ଏବଂ ଚାଚରୋ ତହସିଲ ସମେତ ପ୍ରଭାବିତ ଅଞ୍ଚଳରେ ମୟୁରମାନଙ୍କ ମଧ୍ୟରେ ଫ୍ଲୁ, ଜ୍ବର, ଗଳାରେ ଇନଫେକ୍ସନ ଏବଂ କିଛି କ୍ଷେତ୍ରରେ ଦୃଷ୍ଟି ଶକ୍ତି ହ୍ରାସର ଲକ୍ଷଣ ଦେଖାଯାଉଥିଲା ।  

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଜଙ୍ଗଲ ଅଞ୍ଚଳରେ ଦେଖାଯାଉଛି କି ବହୁ କଷ୍ଟରେ ଜୀବଜନ୍ତୁମାନେ ରହୁଛନ୍ତି । କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ରୋଗର କାରଣ ନିଶ୍ଚିତ କରିନାହାଁନ୍ତି । ସେମାନେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କୌଣସି ଆନୁଷ୍ଠାନିକ ତଦନ୍ତ କିମ୍ବା ଜରୁରୀକାଳୀନ ପ୍ରତିକ୍ରିୟା ମଧ୍ୟ ଘୋଷଣା କରିନାହାଁନ୍ତି। ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତିତ ହେଉଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.