ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଆକାଶରେ ଉଡ଼ୁଥିବା ବିମାନର ଛାତ ହଠାତ୍ ଖସି ପଡ଼ିଲା , ଝୁଲି ରହିଥିବା ସିଲିଂକୁ ଧରି ବସି ରହିଲେ ଯାତ୍ରୀ

Published By : Prameya | April 22, 2025 5:58 PM

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରିବା ବେଳେ ଅନେକ ସମୟରେ କିଛି ଲୋକଙ୍କ ମନରେ ବିମାନ କ୍ରାଶ୍ ହେବାର ଭୟ ଥାଏ। ଯଦିଓ ସଦ୍ୟ ଘଟଣାର ଡ଼ର ସେତେ ଅଧିକ ନଥିଲା, ହେଲେ ଏହି ଅଜବ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ବିମାନର ଛାତର ଏକ ଅଂଶ ହଠାତ୍‌ ଖସି ପଡ଼ିଛି। ଘଟଣାଟି ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନର ବୋଲି ଜଣାପଡ଼ିଛି । ବିମାନର ଛାତର ଏକ ଅଂଶ ହଠାତ୍‌ ତଳକୁ ଖସି ପଡ଼ିଲା ବେଳେ , ସେଥିରେ ବସିଥିବା ଯାତ୍ରୀଙ୍କୁ ଭୟଙ୍କର ଅନୁଭବ ହୋଇଛି। 

ପୂରା ମାମଲା କଣ ଥିଲା ?

ଏହି ଘଟଣା ୧୪ ଅପ୍ରେଲରେ ଅଟଲାଣ୍ଟାରୁ ଚିକାଗୋ ଯାଉଥିବା ଏକ ବିମାନରେ ଘଟିଛି। ଏବେ ବିମାନଟି ପାଖାପାଖି ୩୦,୦୦୦ ଫୁଟର ଉଚ୍ଚତାରେ ଉଡ଼ୁଥିଲା, ସେତେବେଳେ ଛାତର ଏକ ଅଂଶ ଖସି ପଡ଼ିଥିଲା। ଭିଡ଼ିଓରୁ ଦେଖିବାକୁ ମିଳୁଛି ଯେ, କିଛି ଯାତ୍ରୀ ନିଜର ହାତ ଉପରକୁ କରି ଏହି ବିମାନର ଏହି ଅଂଶକୁ ସାହାରା ଦେବାକୁ ଚେଷ୍ଟା କରୁଛନ୍ତି, ଯାହାକି ଏହା ଆଉ ତଳକୁ ଖସି ନପଡ଼ୁ।

ଯାତ୍ରୀ ଲୁକାସ ମାଇକଲ ପାୟନେ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ @lucasmichaelpayneରେ ଭିଡ଼ିଓ ସେୟାର କରି କହିଛନ୍ତି , ମୁଁ ଓ ମୋର ବିଜନେସ୍ ପାର୍ଟନର ଏହି ବିମାନରେ ଥିଲୁ , ଯେତେବେଳେ ଏସବୁ ଘଟିଲା। ଆମେ ଚିକାଗୋରୁ ଘଣ୍ଟାଏ ଦୂରତାରେ ଥିଲୁ। କିନ୍ତୁ ଏହି ଦୁର୍ଘଟଣା କାରଣରୁ ଆମକୁ ପୁଣି ଅଟଲାଣ୍ଟା ଫେରିବାକୁ ପଡ଼ିଲା।

କିଛି ସମୟ ପରେ ଫ୍ଲାଇଟ୍‌ ଆଟେଣ୍ଡେଣ୍ଟସ୍‌ ଡକ୍ଟ ଟେପ୍‌ ନେଇ ଆସିଲେ ଏବଂ ଖସି ପଡ଼ିଥିବା ଛାତକୁ ଅସ୍ଥାୟୀ ଭାବେ ଫିକ୍ସ କରି ରଖିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଅନେକ ଯାତ୍ରୀମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ପାୟନେ କହିଛନ୍ତି , ଆମେ ଛାତକୁ ଧରି ରହିଥିଲୁ ଏବଂ ପୁଣି କ୍ରୁ ଡକ୍ଟ ଟେପ୍‌ରେ ଏହାକୁ ଫିକ୍ସ କରିଥିଲେ। ଭାବନ୍ତୁ , ଏତେ ବଡ଼ ବିମାନ ଓ ମରାମତିର ଉପାୟ ଡକ୍ଟ ଟେପ୍ । 


ଡେଲ୍ଟା ଏୟାରଲାଇନ୍ସ ଏହି ଘଟଣା ପରେ ଯାତ୍ରୀଙ୍କୁ କ୍ଷମା ମାଗିଛି ଏବଂ ତାଙ୍କୁ ୧୦,୦୦୦ ମାଇଲ (ପାଖାପାଖି ୧୦୦ଡଲାରର ଭାଲ୍ୟୁ)ର ଅଫର ମଧ୍ୟ ଦେଇଛି। ଏହାପରେ ଯାତ୍ରୀଙ୍କୁ ଖୁବ୍ ସମୟ ଅପେକ୍ଷା କରିବାକୁ ପଡ଼ିଲା ଏବଂ ପୁଣି ତାଙ୍କୁ ଅନ୍ୟ ଏକ ବିମାନରେ ଚିକାଗୋ ପଠାଗଲା।

ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା କ୍ଷଣି ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ସାମନାକୁ ଆସିଛି। କିଛି ଫ୍ଲାଇଟ୍‌ର ସୁରକ୍ଷାରେ ପ୍ରଶ୍ନ ଉଠାଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ହେ ଭଗବାନ! ଫ୍ଲାଇଟ୍‌ର ଇନସ୍ପେକ୍ସନ ବେଳେ ଏହା କଣ କେହି ଦେଖି ପାରିଲେ ନାହିଁ ? ଆଉ ଜଣେ କହିଛନ୍ତି , ଏହା କେବଳ ଇଣ୍ଟିରିୟର ପ୍ୟାନେଲ ଥିଲା, ଉଡ଼ାଣର ପ୍ରକୃତ ସୁରକ୍ଷା ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.