ପ୍ରମୂଖ ଖବର
  • ଭୁବନେଶ୍ବରରୁ ଅପହୃତ ଛାତ୍ର ନିରାକାରପୁରରୁ ଉଦ୍ଧାର : ଜମି ବିକ୍ରି ଟଙ୍କା ପାଇଁ ଅପହରଣ,୭ ଗିରଫ
  • ||
  • ଏପ୍ରିଲ ୨୪ରୁ ମିଳିବ ନୂଆ ରାସନ କାର୍ଡ, ପଞ୍ଚାୟତିରାଜ ଦିବସରେ ବାଣ୍ଟିବେ ସରକାର
  • ||
  • ବେଙ୍ଗାଲୁରୁ ବିପକ୍ଷରେ ଖେଳିବେନି ସାମସନ୍‌, ନେତୃତ୍ୱ ନେବେ ରିୟାନ ପରାଗ
  • ||
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଜମ୍ମୁକାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଗୁରୁତର, ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି…

Published By : Prameya | April 22, 2025 4:27 PM

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ ଉପରେ ଆଜି (ମଙ୍ଗଳବାର) ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ଏହି ଗୁଳିମାଡ଼ରେ ଅତି କମରେ ୪ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଗୁଳିମାଡ ପହଲଗାମର ବୈସାରନ ଘାଟିର ଉପର ଅଞ୍ଚଳରେ ଏହି ଗୁଳିମାଡ ହୋଇଛି । ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ  ଅପରେସନ୍ ଚଳାଇଛନ୍ତି। ବିଶେଷ କଥା ହେଉଛି ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳ ଅଛି ଯେଉଁଠାରେ ଆତଙ୍କବାଦ ଦେଖାଯାଇନଥାଏ,ପହଲଗାମ ମଧ୍ୟ ସେଥିମଧ୍ୟରେ ଅନ୍ତର୍ଭୁକ୍ତ। ଏଥର ଆତଙ୍କବାଦୀ ମାନେ ଏହାକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ସୂଚନା ଦେଇ ପୋଲିସ କହିଛି ଯେ, ଏହି ଗୁଳିକାଣ୍ଡରେ ୪ ଜଣ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀ ଦଳ ଏବେ ବି ସ୍ଥିତିର ସମୀକ୍ଷା କରୁଛନ୍ତି। ସୂତ୍ର ଅନୁସାରେ, ଆହତ ହୋଇଥିବା ଏହି ପର୍ଯ୍ୟଟକ ମାନେ ରାଜସ୍ଥାନରୁ ଆସିଥିଲେ। ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଏବଂ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି, ତେଣୁ ଲୋକମାନେ ଧୀରେ ଧୀରେ ଏହି ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ଆସୁଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି।

ସରକାରୀ ସୂତ୍ର ଅନୁଯାୟୀ, ସମ୍ପ୍ରତି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ହିନ୍ଦୁମାନଙ୍କ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ। ଏହା ପରେ ତୁରନ୍ତ ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ସରକାରୀ ସୂତ୍ର ଗୁଡ଼ିକ ଦାବି କରିଛନ୍ତି ଯେ ଏହା ସ୍ପଷ୍ଟ ଥିଲା ଯେ, ଅସୀମ ମନୀର ଜମ୍ମୁ ଓ କାଶ୍ମୀରରେ ଆକ୍ରମଣ କରିବା ପାଇଁ ଲସ୍କର, ଜୈଶ ଏବଂ ହିଜବୁଲ ଭଳି ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକୁ ଉସୁକାଉଥିଲେ। ଏହା ସହିତ, କିଛି ଦିନ ମଧ୍ୟରେ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.