ପ୍ରମୂଖ ଖବର
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପହଲଗାମ ଘଟଣାକୁ ନେଇ ସଲମାନ-ଶାହରୁଖଙ୍କ ଆସିଲା ରିଆକ୍ସନ

Published By : Prameya | April 23, 2025 8:29 PM

ମୁମ୍ବାଇ, ୨୩/୪ :  ପହଲଗାମ ଆତଙ୍କି ଆକ୍ରମଣ ଉପରେ ଜଣଙ୍କ ପରେ ଜଣେ ଷ୍ଟାରଙ୍କ ରିଆକ୍ସନ ସାମ୍ନାକୁ ଆସୁଛି । ଶାହରୁଖ ଖାନ ଏବଂ ସଲମାନ ଖାନ ବି ଏହାକୁ ନେଇ ପୋଷ୍ଟ କରିଛନ୍ତି । ସଲମାନ ଖାନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି ଏକ ନିର୍ଦ୍ଦୋଶକୁ ମାରିବା ପୂରା ଦୁନିଆକୁ ମାରିବା ସମାନ । 

ସଲମାନ ଖାନ ଏକ୍ସରେ ଲେଖିଛନ୍ତି କି, ‘କଶ୍ମୀର, ଯାହାକୁ ସ୍ବର୍ଗ କୁହାଯାଏ, ତାହା ଏବେ ନର୍କ ପାଲଟିଯାଇଛି । ନିର୍ଦୋଶ ଲୋକଙ୍କୁ ଟାର୍ଗେଟ କରାଯାଉଛି, ମୋର ସମବେଦନା ସେମାନଙ୍କ ପରିବାର ଉପରେ । ଗୋଟିଏ ବି ନିର୍ଦ୍ଦୋଶକୁ ମାରିବା ପୂରା ବିଶ୍ବକୁ ମାରିବା ସମାନ‘। 

ସେହିଭଳି ଶାହରୁଖ ଖାନ ବି ପହଲଗାମ ଆତଙ୍କୀ ଆକ୍ରମଣ ଉପରେ ରିଆକ୍ଟ କରି ଏହାକୁ ଜଘନ୍ୟ ଅପରାଧ ବୋଲି କହିଛନ୍ତି । ସେ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି କି, ପହଲଗାମରେ ହୋଇଥିବା ହିଂସା ଏବଂ ଅମାନବୀୟ ଘଟଣାରେ ଦୁଖିତ ଅଛି ଏବଂ ମୋ ଲାଗି ମୋ ରାଗକୁ ଶଦ୍ଦରେ ପ୍ରକାଶ କରିବା ସହଜ ନୁହେଁ । ଏଭଳି ସମୟରେ ଆମେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିପାରିବା ଏବଂ ପୀଡ଼ିତ ପରିବାର ଲାଗି ପ୍ରାର୍ଥନା କରିପାରିବା ଏବଂ ନିଜ ସମବେଦନା ପ୍ରକାଶ କରିପାରିବା । ଆମେ ଏକ ରାଷ୍ଟ୍ର ଭାବେ ଏକଜୁଟ୍ ହେବା, ମଜବୁତ ହେବା ଏବଂ ଏହି ଜଘନ୍ୟ ଅପରାଧ ବିପକ୍ଷରେ ନ୍ୟାୟ ପାଇବା । ’  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.