ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ପହଲଗାମ ଆତଙ୍କବାଦୀ ହମଲା, ତେଜିଲା ଫୱାଦ୍‌ଙ୍କ ‘ଅବୀର ଗୁଲାଲ୍‌’ ବ୍ୟାନ୍‌ ଦାବି

Published By : Prameya | April 24, 2025 12:15 PM

ନୂଆଦିଲ୍ଲୀ ୨୪/୦୪: ଜମ୍ମୁ-କାଶ୍ମୀର ସ୍ଥିତ ପହଲଗାମରେ ଆତଙ୍କବାଦୀ ହମ୍‌ଲା ସାରା ଦେଶକୁ ସ୍ତବ୍ଧ ଓ କ୍ଷୁବ୍ଧ କରିଛି । ପ୍ରତ୍ୟେକ  ଭାରତୀୟ ଦୋଷୀଙ୍କୁ ଦଣ୍ଡ ଓ ନ୍ୟାୟ ଦାବି କରୁଛନ୍ତି ।  ଇତିମଧ୍ୟରେ ପାକ୍‌ ଅଭିନେତା ଫୱାଦ ଖାନ୍‌ଙ୍କ  ଅପ୍‌କମିଙ୍ଗ ଫିଲ୍ମ ‘ଅବୀର ଗୁଲାଲ’କୁ ସୋସିଆଲ ମିଡିଆ ୟୁଜର୍‌ ବିରୋଧ କରୁଛନ୍ତି । ଲୋକେ ଏହି  ଫିଲ୍ମକୁ ବହିଷ୍କାର ପାଇଁ ଦାବି କରୁଛନ୍ତି । 

ଗତ ୨୨ ତାରିଖରେ ଅଭିନେତ୍ରୀ ବାନି କପୁର ଫିଲ୍ମ  ‘ଅବୀର ଗୁଲାଲ’କୁ ନେଇ ସୋସିଆଲ ମିଡିଆରେ  ଏକ ପୋଷ୍ଟ୍‌ ଶେୟାର କରିଥିଲେ । ଫିଲ୍ମଟି ଆସନ୍ତା  ମେ’ ୯ ତାରିଖରେ ମୁକ୍ତିଲାଭ କରିବ ବୋଲି ସେ ଏଥିରେ କହିଥିଲେ । କିନ୍ତୁ ପହଲଗାମ ଆତଙ୍କବାଦୀ ହମ୍‌ଲା ପରେ ଲୋକେ ଫିଲ୍ମକୁ ବ୍ୟାନ୍‌ ଲାଗି ଦାବି  କରୁଛନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି ‘ଆମେ କ’ଣ  ଏବେ ବି ଭାରତୀୟ ସିନେମାରେ ପାକିସ୍ତାନୀ କଳାକାରଙ୍କ ପକ୍ଷରେ ଅଛୁ? ଆମେ କ’ଣ ଏବେ  ବି ‘ଅବୀର ଗୁଲାଲ’ ଭଳି ଫିଲ୍ମକୁ ଭାରତରେ  ନିର୍ମାଣ ଓ ରିଲିଜ୍‌ର ଅନୁମତି ଦେବା, ଯେଉଁଥିରେ  ପାକ୍‌ କଳାକାର କାମ କରୁଛନ୍ତି?’ 

ଅନ୍ୟ ଜଣେ  ଲେଖିଛନ୍ତି ‘ଅବୀର ଗୁଲାଲ’ ଭାରତରେ ରିଲିଜ୍‌  ହେବା ଉଚିତ୍‌ ନୁହେଁ । ଅନେକ ୟୁଜର୍‌ ଭାରତରେ  ଫିଲ୍ମକୁ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି । ୨୦୧୬  ମସିହାର ଉରୀ ଆତଙ୍କୀ ହମ୍‌ଲାର ତୁଳନା ଏବେ  ପହଲଗାମ ଆତଙ୍କୀ ହମ୍‌ଲା ଓ ଫୱାଦ ଖାନ୍‌ଙ୍କ  ଫିଲ୍ମ ସହ କରାଯାଉଛି । ଉରୀ ଆକ୍ରମଣର ୧ ମାସ  ପରେ ‘ଏ ଦିଲ୍‌ ହୈ ମୁଶ୍‌କିଲ’ ରିଲିଜ୍‌ ହୋଇଥିଲା,  ଯେଉଁଥିରେ ଫୱାଦ ଖାନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ  କରିଥିଲେ । ସୂଚନାଯୋଗ୍ୟ, ଉରୀ ଘଟଣା ପରେ  ପାକ୍‌ କଳାକରଙ୍କୁ ଭାରତୀୟ ଫିଲ୍ମରେ କାମ କରିବା  ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.