ମୁମ୍ବାଇ,୨୪/୪ : ବଲିଉଡ଼ ଇଣ୍ଡଷ୍ଟ୍ରିକୁ ‘ଓ୍ବାର’ ଏବଂ ‘ପଠାନ’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏବେ ଖୁବଶୀଘ୍ର ‘ଜ୍ବେଲ ଥୀଫ : ଦ ହିଷ୍ଟ ବିଗିନ୍ସ’କୁ ନେଇ ଆସୁଛନ୍ତି । ଫିଲ୍ମରେ ସୈଫ ଅଲୀ ଖାନ ଏବଂ ଜୟଦୀପ ଅହଲାବତ ନିଜ ଅଭିନୟର ଯାଦୁରେ ଚାର ଚାନ୍ଦ ଲଗାଇବେ । ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏହାର ତାରିଖ ଏବେ ସାମ୍ନାକୁ ଆସି ସାରିଛି । ଆସନ୍ତୁ ଜାଣିବା କେବେ ହେବ ଏହାର ଷ୍ଟ୍ରିମିଂ ।
‘ଜ୍ବେଲ ଥୀଫ : ଦ ହିଷ୍ଟ ବିଗିନ୍ସ’ର ଘୋଷଣା ପରେ ହିଁ ଏହାକୁ ନେଇ ବହୁ ଉତ୍ସାହ ବଢିଯାଇଛି । ଫିଲ୍ମରେ ସୈଫ ଅଲୀ ଖାନଙ୍କ ସହ ଜୟଦୀପ ଅହଲାବତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଭଳି ସ୍ଥଳେ ଫ୍ୟାନ୍ସ ଉଭୟଙ୍କୁ ଏକାସାଥିରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଏବେ ସମସ୍ତଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ଫିଲ୍ମ ଆସନ୍ତାକାଲି ତଥା ଏପ୍ରିଲ ୨୫ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଏହି ଫିଲ୍ମରେ ସୈଫ ଅଲୀ ଖାନ ଏକ ଚତୁର ଠକର ଭୂମିକାରେ ନଜର ଆସିବେ । ଯାହାଙ୍କ ଟକ୍କର ଜୟଦୀପ ଅହଲାବତଙ୍କ ସହ ହେବ । ସେ ଫିଲ୍ମରେ ଏକ ମାଫିଆ ବସ୍ ହୋଇଛନ୍ତି । ଯଦି ଆପଣ ଉଭୟଙ୍କ ଜବରଦସ୍ତ ଟକ୍କର ଦେଖିବାକୁ ଉତ୍ସାହିତ ଅଛନ୍ତି ତେବେ ଏହି ଫିଲ୍ମର ଷ୍ଟ୍ରିମିଂ ୨୫ଏପ୍ରିଲ ଅପରାହ୍ନ ୧୨ଟା୩୦ ମିନିଟ ସମୟରେ ହେବ ।