ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

Kesari: ଅଡ଼ୁଆରେ ଚଳଚ୍ଚିତ୍ର ‘କେଶରୀ ଚାପ୍ଟର-୨’; କଣ୍ଟେଣ୍ଟ ଚୋରି ଅଭିଯୋଗ ଆଣିଲେ ଲେଖକ

Published By : Tapas Panda | April 26, 2025 9:33 PM

Image Courtesy: bollywoodbubble

ମୁମ୍ବାଇ: ଅକ୍ଷୟ କୁମାର, ଆର ମାଧବନ ଏବଂ ଅନନ୍ୟା ପାଣ୍ଡେ ଅଭିନୀତ ଚଳଚ୍ଚିତ୍ର 'କେଶରୀ ଚାପ୍ଟର 2' ଭଲ ରୋଜଗାର କରୁଛି। କିନ୍ତୁ ଏବେ ଏହି ଫିଲ୍ମ ସହ ଯୋଡ଼ି ହୋଇଛି ଏକ ବିବାଦ । YouTuber ଏବଂ ଲେଖକ ୟାହ୍ୟା ବୁଟୱାଲା 'କେଶରୀ ଚାପ୍ଟର 2'ର ଲେଖକ ସୁମିତ ସକ୍ସେନାଙ୍କ ଉପରେ ଚୋରି ଅଭିଯୋଗ ଆଣିଛନ୍ତି । ଲେଖକ ଏବଂ ଗୀତିକାର ୟାହ୍ୟା ବୁଟୱାଲା ଦାବି କରିଛନ୍ତି ଯେ, ଫିଲ୍ମରେ ଅନନ୍ୟା ପାଣ୍ଡେ ଯେଉଁ ସଂଳାପ କହିଥିଲେ ତାହା ୨୦୨୦ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ତାଙ୍କ କବିତା ଜାଲିଆନାୱାଲା ବାଗରୁ କପି କରାଯାଇଛି । 

ୟାହ୍ୟା ବୁଟୱାଲା ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କର ପୁରୁଣା ଭିଡିଓ ଶେୟାର କରିଥିଲେ । କିନ୍ତୁ ପରେ ସେ ଭିଡିଓଟିକୁ ଡିଲିଟ୍ କରିଦେଇଥିଲେ । ସେ ହଟାଇ ଦେଇଥିବା ପୋଷ୍ଟରେ ଲେଖିଥିଲେ, ‘@nisoooooooorg ମୋତେ ୪ ଦିନ ପୂର୍ବରୁ କେଶରୀ- 2 ଚଳଚ୍ଚିତ୍ରର ଏକ ସଂଳାପର ଏକ କ୍ଲିପ୍ ପଠାଇଥିଲେ । ଏହା ମୋର କବିତା ଜାଲିଆନୱାଲା ବାଗରୁ କପି କରାଯାଇଛି । ଯାହା ୫ ବର୍ଷ ପୂର୍ବେ @unerasepoetry YouTube ଚ୍ୟାନେଲରେ ଅପଲୋଡ୍ କରାଯାଇଥିଲା। ଏଠାରେ ଦୁଇଟି କ୍ଲିପ୍ ଅଛି ଏବଂ ସତ କହିବାକୁ ଗଲେ, ଏହା ସମ୍ପୂର୍ଣ୍ଣ କପି-ପେଷ୍ଟ।’

ଇନଷ୍ଟାଗ୍ରାମରେ ଏକ ନୂତନ ପୋଷ୍ଟରେ ୟାହ୍ୟା ବୁଟୱାଲା ଲେଖିଛନ୍ତି, ‘ଯେପର୍ଯ୍ୟନ୍ତ ଏହି ମାମଲା ସମାଧାନ ନହୋଇଛି, ମୁଁ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିବି ଏବଂ ଆପଣମାନଙ୍କୁ ଅପଡେଟ୍ ଦେବି । କାରଣ ଆପଣମାନେ ସମସ୍ତେ ମୋତେ ସାହାଯ୍ୟ ଏବଂ ସମର୍ଥନ କରିବେ । ଆଶା କରୁଛି ଏହି ମାମଲା ଶୀଘ୍ର ସମାଧାନ ହେବ। ଆପଣମାନେ ମଧ୍ୟ ଆଗକୁ ବଢ଼ନ୍ତୁ ଏବଂ ଯଥାସମ୍ଭବ ଏହାକୁ ଶେୟାର କରନ୍ତୁ। ଧନ୍ୟବାଦ।’




ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ, ସୁମିତ ସକ୍ସେନା ଏବଂ କରଣ ଜୋହରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ବୁଟଓ୍ବାଲା ।  ସେପଟେ କବିତା ଚୋରି କରିଥିଲେ ହେଁ ତାଙ୍କୁ ଶ୍ରେୟ ନମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଟଓ୍ବାଲା । ସେ ଲେଖିଛନ୍ତି, ‘ଜଣେ ଲେଖକ ଭାବରେ, ସାଥି ଲେଖକଙ୍କ ପାଖରୁ କଣ୍ଟେଣ୍ଟ ଚୋରି କରିବା ସତ୍ତ୍ୱେ କ୍ରେଡିଟ୍‌ ନଦେବା ସବୁଠାରୁ ଖରାପ କଥା । ମୁଁ ଭାବୁଛି ସଂଳାପ ଲେଖକ ସୁମିତ ସକ୍ସେନା ସେମିତି କରିଛନ୍ତି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.