ନୂଆଦିଲ୍ଲୀ ୨୫/୦୪: ପହଲଗାମ ଆତଙ୍କୀବାଦ ଆକ୍ରମଣଙ୍କୁ ନେଇ ସାରା ବିଶ୍ୱ ଶୋକ ବ୍ୟକ୍ତ କରୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ, ସମସ୍ତେ ପ୍ରାଣ ହରାଇଥିବା ନିରୀହ ନାଗରିକଙ୍କ ପ୍ରତି ଦୁଃଖ ଏବଂ ସମବେଦନା ପ୍ରକାଶ କରିଛନ୍ତି। ଏଥିରୁ ବାଦ ପଡିନି ପାକିସ୍ତାନ। ଏହି ଘଟଣାକୁ ନେଇ ପାକିସ୍ତାନର ଫିଲ୍ମ ତାରକାମାନେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଫୱାଦ ଖାନଙ୍କ ପର୍ଯ୍ୟନ୍ତ, ସମସ୍ତେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ଦୃଢ ନିନ୍ଦା କରିଛନ୍ତି।
ଅଭିନେତା ଫୱାଦ ଖାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ପହଲଗାମ୍ର ଘୃଣ୍ୟ ଆକ୍ରମଣ ଖବର ଶୁଣି ମୁଁ ଦୁଃଖିତ । ପୀଡ଼ିତଙ୍କ ସହ ମୋର ସମ୍ବେଦନା ରହିଛି । ଏହି ଜଟିଳ ସମୟରେ ସେମାନଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି ।"
ଅଭିନେତ୍ରୀ ହାନିୟା ଆମିର ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଇନ୍ଷ୍ଟାରେ ଏକ ପୋଷ୍ଟ୍ ଶେୟାର କରି ଲେଖିଛନ୍ତି, “ଦୁର୍ଘଟଣା ଯେଉଁଠି ବି ହେଉ, ତାହା ସମସ୍ତଙ୍କ ପାଇଁ ଦୁର୍ଘଟଣା । ସଦ୍ୟ ଘଟଣାର ପୀଡ଼ିତଙ୍କ ସହ ମୋର ସମବେଦନା ଅଛି । ଯନ୍ତ୍ରଣା, ଶୋକ ଓ ଏହି ଆଶାରେ ଅଛି ଯେ ଆମେ ସମସ୍ତେ ଏକ । ଆଶା କରୁଛି ଆମେ ସମସ୍ତେ ମାନବିକତାକୁ ଚୟନ କରିବା ।"
ସେହିପରି ସନମ୍ ତେରୀ କସମ୍ ଅଭିନେତ୍ରୀ ମାୱରା ହୋକେନ୍ ଲେଖିଛନ୍ତି, "ପ୍ରଭାବିତ ପରିବାର ପ୍ରତି ମୋର ଗଭୀର ସମବେଦନା... ଜଣଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କ କାର୍ଯ୍ୟ ସମସ୍ତଙ୍କ ବିରୁଦ୍ଧରେ ଆତଙ୍କବାଦ... ବିଶ୍ୱରେ ଏ କ’ଣ ଘଟୁଛି।"