ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

୮୯ ବର୍ଷରେ ଓଡ଼ିଆ ସିନେମା: କମୁଛି ଫିଲ୍ମ ନିର୍ମାଣ, ହଲ୍‌ ପାଲଟୁଛି ମଲ୍‌, ବାହାଘର ମଣ୍ଡପ

Published By : Prameya | April 28, 2025 2:43 PM

କଟକ,୨୮/୦୪: ଦିନ ଥିଲା ଓଡ଼ିଆ ସିନେମା ଦର୍ଶକଙ୍କ ମନ ଓ ପ୍ରାଣରେ ଘର କରି ରହିଥିଲା । ଅତୀତର ଏମିତି କିଛି ସିନେମା ଅଛି ଯାହା ଦୀର୍ଘ ଦିନ ଧରି ଦର୍ଶକମାନଙ୍କ ମନରେ ସ୍ମୃତି ହୋଇ ରହିଛି । ଏପରିକି  ୮୦ ଓ ୯୦ ଦଶକ ଓଡ଼ିଆ ଚଳଚ୍ଚିତ୍ର ଜଗତ  ପାଇଁ ଥିଲା ସ୍ୱର୍ଣ୍ଣିମ ଯୁଗ। କିନ୍ତୁ ଆଜି ସମୟ  ବଦଳି ଯାଇଛି, ଓଡ଼ିଆ ସିନେମା ପ୍ରତି ଦର୍ଶକ  ବିମୁଖ ହେଉଥିବା ବେଳେ କିଛି ବର୍ଷ ଧରି  ଓଡ଼ିଶାରେ ଫିଲ୍ମ ନିର୍ମାଣ କମିବା ସହ ହଲ୍‌  ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଏପରିକି  କଟକରେ ଥିବା ଅନେକ ହଲ୍‌ ଏବେ  ଇତିହାସ ପାଲଟି ଯାଇଥିବା ବେଳେ ଆଉ  କିଛି ଫିଲ୍ମ ହଲ୍‌ ମଲ୍‌ ଏବଂ ବାହାଘର ମଣ୍ଡପରେ ପରିଣତ ହୋଇଛି ।  ଏଥିପାଇଁ ବିଭିନ୍ନ କାରଣ ରହିଥିବା ବେଳେ  ଓଡ଼ିଆ ଫିଲ୍ମର ମାନ ଓ ମୌଳିକତାକୁ  ନେଇ ଦର୍ଶକଙ୍କ ମଧ୍ୟରେ ଅଭିଯୋଗ ହୋଇ  ଆସୁଛି । ଏପରି ସ୍ଥିତିରେ  ଓଡ଼ିଆ ସିନେମା ୮୯ ବର୍ଷରେ ପଦାର୍ପଣ  କରୁଥିବା ବେଳେ ଆଗାମୀ ଦିନରେ ଫିଲ୍ମର  ସ୍ଥିତି ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । 

୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ  ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ଯାତ୍ରା ।  ପୁରୀର ଲକ୍ଷ୍ମୀ ଟକିଜ୍‌ରେ ମୁକ୍ତିଲାଭ କରିଥିଲା  ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ । ଏଣୁ  ଏହି ଦିନକୁ ଓଡ଼ିଆ ସିନେମାର ଜନ୍ମଦିନ ବୋଲି  କୁହାଯାଏ । ଏ ଭିତରେ ଅନେକ ଘାତ ପ୍ରତିଘାତ  ଦେଇ ଓଡ଼ିଆ ସିନେମା ଆଗକୁ ବଢ଼ିଥିବା  ବେଳେ ଏବେ ୯୦ ବର୍ଷରେ ପଦାର୍ପଣ କରିଛି ।  ତେବେ ପୂର୍ବରୁ ଓଡ଼ିଶାରେ ୨୦୦ରୁ ଅଧିକ  ହଲ୍‌ ଥିବା ବେଳେ ଏବେ ମାତ୍ର ୫୨ଟି ଫିଲ୍ମ  ହଲ୍‌ ରହିଛି । ବିଶେଷକରି ଓଡ଼ିଆ ସିନେମାର  ମୂଳଦୁଆ ପଡ଼ିଥିବା କଟକରେ ପୂର୍ବରୁ ୧୫ରୁ  ଅଧିକ ହଲ୍‌ ଥିବା ବେଳେ ଏବେ ମୁଖ୍ୟତଃ  ୩/୪ଟି ହଲ୍‌ରେ ଫିଲ୍ମ ଚାଲୁଛି । ଅନେକ  ପୁରୁଣା ହଲ୍‌ ମାଟିରେ ମିଶି ସାରିଥିବା ବେଳେ  ବାଦାମବାଡ଼ି ଛକରେ ଥିବା ଜୟଶ୍ରୀ ସିନେମା  ହଲ୍‌ ମଲ୍‌ରେ ପରିଣତ ହୋଇଛି । ସେହିପରି  ଲିଙ୍କ୍‌ରୋଡରେ ଥିବା ନିଶାମଣି ସିନେମା  ହଲ କନ୍‌ଭେନସନ୍‌ ହଲରେ ପରିବର୍ତ୍ତନ  ହୋଇଥିବା ବେଳେ ସମ୍ରାଟ ସିନେମା ହଲ୍‌ରେ  ଓଡ଼ିଆ ଫିଲ୍ମ ପଡୁନାହିଁ । ଏପରି ସ୍ଥିତିରେ  ଓଡ଼ିଆ ସିନେମା ଏବେ ସଙ୍କଟଜନକ ସ୍ଥିତି  ଦେଇ ଗତିକରୁଛି । ନିକଟରେ ସାମାଜିକ  ସମସ୍ୟା ଓ ଜୀବନୀକୁ ନେଇ ତିଆରି  ହୋଇଥିବା କିଛି ଓଡ଼ିଆ ସିନେମାକୁ ଦର୍ଶକ  ପସନ୍ଦ କରିଥିଲେ ମଧ୍ୟ ସେଭଳି ଫିଲ୍ମ  ଯେ ସବୁବେଳେ ନିର୍ମାଣ ହୋଇ ଦର୍ଶକଙ୍କୁ  ବାନ୍ଧି ରଖି ପାରିବ ତାହା କହିବା ମୁସ୍କିଲ୍‌ ।  

ପୁରାଣ କଥାବସ୍ତୁରୁ ଆରମ୍ଭ ହୋଇଥିବା  ଓଡ଼ିଆ ସିନେମାର ଚିତ୍ର ଓ ଚରିତ୍ର ସମୟ  ଅନୁସାରେ ବଦଳି ପାରିବାରିକ, ପ୍ରେମଭିତ୍ତିକ,  ନାରୀକୈନ୍ଦ୍ରିକ ଓ ସାମାଜିକ ସମସ୍ୟାକୁ  ନେଇ ହୋଇଛି । ୨୦୦୦ ମସିହା ପରେ  ଓଡ଼ିଆ ସିନେମାରୁ ପାରିବାରିକ କାହାଣୀର  ଯୁଗ ହଜିଯିବା ପରେ ଆରମ୍ଭ ହୋଇଥିଲା  ପ୍ରେମଭିତ୍ତିକ ସିନେମାର ଯୁଗ । ଅନେକ  ପୁରୁଣା ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥା ଓଡ଼ିଆ  ଫିଲ୍ମ ନିର୍ମାଣରୁ ଦୂରେଇ ରହିଥିବା ଦେଖିବାକୁ  ମିଳିଲା । ତେବେ ଡିଜିଟାଲ୍‌ ମିଡିଆ ଓ ୟୁଟ୍ୟୁବ୍‌ର  ଅତ୍ୟଧିକ ବ୍ୟବହାର ବଢ଼ିବା ଯୋଗୁଁ ସିନେମା  ଶିଳ୍ପ ପ୍ରଭାବିତ ହୋଇଥିବା ପରିଲକ୍ଷିତ  ହୋଇଛି । ଏହାର ପ୍ରଭାବ ସିଧାସଳଖ ଫିଲ୍ମ  ହଲ୍‌ ଉପରେ ପଡ଼ିବା ସହ ଫିଲ୍ମ ନ ଚାଲିବାରୁ  ଓଡ଼ିଶାରେ ଅନେକ ହଲ୍‌ ବନ୍ଦ ହେବାକୁ ବସିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.