ମୁମ୍ବାଇ,୨୭/୪ : ବଲିଉଡ଼ର ବହୁ ହିରୋଇନ କାଷ୍ଟିଂ କାଉଚ ଉପରେ କଥା ହୋଇସାରିଛନ୍ତି । କେତେକ ଅଭିନେତ୍ରୀ ନିଜ ସହ ହୋଇଥିବା ଘଟଣାର ଖୁଲାସା କରିଛନ୍ତି । ସେହିଭଳି ଏବେ ଏହି ଲିଷ୍ଟରେ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଯାଇଛି । ସେ ଜଣାଶୁଣା ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଲଗାଇଛନ୍ତି ସଙ୍ଗୀନ ଅଭିଯୋଗ । ଅଭିନେତ୍ରୀ କହିଛନ୍ତି କି ସେ କେବେ ତାଙ୍କୁ ପୁଣି ଥରେ ଭେଟିବାକୁ ଚାହାନ୍ତି ନାହିଁ ।
କେତେକ ଫିଲ୍ମ ଏବଂ ଟିଭି ସୋର ଭାଗିଦାରୀ ରହିଥିବା ନୀବଣା ବୋଲେ ଫିଲ୍ମ ମେକର ସାଜିଦ ଖାନଙ୍କ ଉପରେ କାଷ୍ଟିଂ କାଉଚର ଅଭିଯୋଗ ଲଗାଇଛନ୍ତି । ସୁଭୋଜିତ ଘୋଷଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ନବୀଣା ଖୁଲାସା କରିଛନ୍ତି କି ବହୁ ବର୍ଷ ପୂର୍ବରୁ ସାଜିଦ ତାଙ୍କୁ ବହୁ ଖରାପ ଡିମାଣ୍ଡ କରିଥିଲେ ।
ନବୀଣା ବୋଲେ କହିଥିଲେ କି ‘, ଜଣେ ଭୟାନକ ଲୋକ ଅଛନ୍ତି ତାଙ୍କୁ ମୁଁ ମୋ ଜୀବନରେ କେବେ ବି ଭେଟିବାକୁ ଚାହିଁବି ନାହିଁ ତାଙ୍କ ନାଁ ସାଜିଦ ଖାନ ଅଟେ । ଯେତେବେଳେ ସେ ମୋତେ କଲ୍ କରିଥିଲେ ସେତେବେଳେ ମୁଁ ବହୁତ ଉତ୍ସାହିତ ଥିଲି ଏବଂ ପରେ ସେ କହିଥିଲେ କି ତୁମେ ନିଜ କପଡ଼ା ଖୋଲି କାହିଁକି ସେଠି ବସୁନାହଁ । ’ ଅଭିନେତ୍ରୀ ପୁଣି ଥରେ କହିଛନ୍ତି କି, ମୁଁ ସେଠାରୁ ଯେ କୌଣସି ଭାବେ ବାହାରି ଆସିବାରେ ସଫଳ ହୋଇଥିଲି । ସେ ମୋତେ ପ୍ରାୟ ୫୦ଥର ଫୋନ୍ କରିଥିଲେ ।