ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପାକ୍‌ କଳାକାରଙ୍କ ସହ କାମ କଲେ ଦେଶଦ୍ରୋହ ମାମଲା, ମନ୍ତ୍ରାଳୟକୁ ଚିଠି ଲେଖିଲା ଏଫ୍‌ଡବ୍ଲ୍ୟୁଆଇସିଇ

Published By : Krishna Priya | April 27, 2025 2:06 PM

ନୂଆଦିଲ୍ଲୀ ୨୭/୦୪: ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରଠୁ ପାକ୍‌ କଳାକାରଙ୍କୁ ବିରୋଧ ଜୋର ଧରିଛି । ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍‌ପ୍ଲଇଜ୍‌ (ଏଫ୍‌ଡବ୍ଲ୍ୟୁଆଇସିଇ) ପାକିସ୍ତାନୀ କଳାକାରଙ୍କର ଭାରତରେ କାମ କରିବା ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ ପାଇଁ ଦାବି କରିଛି । ଯଦି କୌଣସି ଭାରତୀୟ ନାଗରିକ ପାକ୍‌ କଳାକାରଙ୍କ ସହ କାମ କରିବେ, ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖରେ ପାକ୍‌ କଳାକାର ଫୱାଦ ଖାନ୍‌ଙ୍କ ଫିଲ୍ମ ‘ଅବୀର ଗୁଲାଲ୍‌’ର ରିଲିଜ୍‌କୁ ଅଟକାଇ ଦିଆଯାଇଛି । 

ଏଫ୍‌ଡବ୍ଲ୍ୟୁଆଇସିଇର ଜେନେରାଲ ସେକ୍ରେଟାରୀ ଅଶୋକ ଦୁବେ ଏସିଆନ୍‌ ନ୍ୟୁଜ୍‌ ଇଣ୍ଟର୍‌ନ୍ୟାସନାଲକୁ କହିଛନ୍ତି, ଏହା ରାଷ୍ଟ୍ରହିତ ମାମଲା, ତେଣୁ ଦେଶ ସର୍ବପ୍ରଥମ । ଭାରତ ଉପରେ ଲଗାତାର ଆତଙ୍କୀ ହମ୍‌ଲା ହେଉଛି । ତନ୍ମଧ୍ୟରେ ସଦ୍ୟ ପହଲଗାମ୍‌ ଆକ୍ରମଣ ଅନ୍ୟତମ, ଯାହା ଅତ୍ୟନ୍ତ ଲଜ୍ଜାଜନକ । ଏ ନେଇ ଆମେ ପୁଣି ଥରେ ପ୍ରେସ୍‌ ଇସ୍ତାହାର ଜାରି କରିଛୁ, ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ଯେ ଆମର କୌଣସି ସଦସ୍ୟ ଯଦି ପାକ୍‌ କଳାକାର କିମ୍ବା ଟେକ୍ନିସିଆନ୍‌ଙ୍କ ସହ କାମ କରୁଥିବା ଜଣାପଡ଼ିବେ, ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ତାଙ୍କ ସହ କାମ ବନ୍ଦ କରିଦେବୁ । 

ଅଶୋକ ଦୁବେ ଆହୁରି କହିଛନ୍ତି, ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖି ଅଧିସୂଚନା ଜାରି କରି କହିଛନ୍ତି ଯେ ଯଦି କୌଣସି ଭାରତୀୟ ସଦସ୍ୟ ପାକ୍‌ କଳାକାରଙ୍କ ସହ କାମ କରିବେ, ତେବେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ୍‌ । ଏହା ଦ୍ୱାରା ସେମାନେ ଆଗକୁ ଏହା କରିବା ପୂର୍ବରୁ ହଜାର ଥର ଚିନ୍ତା କରିବେ । ଏଥିସହ ସେ ଏଫ୍‌ଡବ୍ଲ୍ୟୁଆଇସିଇ ସହ ଜଡ଼ିତ ସମସ୍ତ ସଂଗଠନକୁ ଚିଠି ଲେଖୁଥିବା କହିଛନ୍ତି । ଯଦି ପୁଣି କେହି ଏଭଳି ଗତିବିଧିରେ ଲିପ୍ତ ଥିବା ଜଣାପଡ଼ିବେ, ତେବେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାର ଅନୁମତି ଦିଆଯିବ ନାହିଁ । 

ପୁଲୱାମା ଆକ୍ରମଣ ପରେ ପ୍ରଥମ ଥର ଜଣେ ପାକ୍‌ କଳାକାରଙ୍କ ଫିଲ୍ମ ଭାରତରେ ରିଲିଜ୍‌ ହୋଇଥାନ୍ତା । ଉରୀ ଓ ପୁଲୱାମା ଆକ୍ରମଣ ପରେ ଭାରତରେ ପାକ୍‌ କଳାକାରଙ୍କୁ ବ୍ୟାନ୍‌ କରାଯାଇଥିଲା । କିନ୍ତୁ ପରେ ଏହାକୁ ହଟାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.