ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ

Published By : Prameya | April 27, 2025 8:20 AM

ବ୍ରହ୍ମପୁର,୨୭/୦୪:  ଆଜି ଗଞ୍ଜାମ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ଦିନ ୧୦ଟାରେ ବ୍ରହ୍ମପୁର  ମା ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ  ମଣ୍ଡପରେ ଦର୍ଶନ କରିବେ । ପରେ  ପାତ୍ରପୁର ବ୍ଲକ୍‌ ଭୀମପୁର ଉନ୍ନୀତ  ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ  ଉତ୍ସବରେ ଆପାତତଃ ସକାଳ ୧୦ଟା  ୫୫ରେ ଯୋଗ ଦେବା କାର୍ଯ୍ୟକ୍ରମ  ସ୍ଥିର ହୋଇଛି । ସେଠାରୁ ବୁଗୁଡ଼ା  ଗସ୍ତ କାର୍ଯ୍ୟକ୍ରମ ରହିଛି । ବୁଗୁଡା  ବ୍ଲକ୍‌ ଘୋଳିପୁର ଗ୍ରାମରେ ମତ୍ସ୍ୟ ଓ  ପଶୁ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର  ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ  ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତୃ ବିୟୋଗ ଦ୍ୱାଦଶାହ କାର୍ଯ୍ୟକ୍ରମରେ  ଦିନ ୧.୨୦ରେ ଯୋଗଦେବେ ବୋଲି  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପାତ୍ରପୁର  ବ୍ଲକ୍‌ ଭୀମପୁରରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । 

ଶନିବାର ଚିକିଟୀ ବିଧାୟକ ତଥା ଶତବାର୍ଷିକୀ  କାର୍ଯ୍ୟକ୍ରମର ସଭାପତି ମନୋରଞ୍ଜନ  ଦ୍ୟାନସାମନ୍ତରା,ବ୍ରହ୍ମପୁର ବିଧାୟକ  କେ.ଅନିଲ କୁମାର, ଗଞ୍ଜାମ ଜିଲ୍ଲାପାଳ  ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପଜିଲ୍ଲାପାଳ ଦିନା ଦସ୍ତାଗିର ଓ  ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌., ବିଜେପି ଜିଲ୍ଲା  ସଭାପତି ସରୋଜ ସାବତ, ଭୀମପୁର ବିଦ୍ୟାଳୟ ଓ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଫୋର୍ସ ମୁତୟନ କରାଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର  ସମସ୍ତ ସାଂସଦ, ମନ୍ତ୍ରୀ ଓ ବିଧାୟକ  ଯୋଗ ଦେବାକୁ ସ୍ଥିର ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.