ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

PoK ଉପରେ ନଜର ପକାଇଲେ ଆମକୁ ଚୀନ୍‌ ସହ ମୁକାବିଲା କରିବାକୁ ପଡ଼ିବ: ଅଖିଳେଶ ଯାଦବ

Published By : Tapas Panda | April 28, 2025 5:05 PM

Image Courtesy: tv9hindi

ଲକ୍ଷ୍ନୌ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପହଲଗାମ ଆକ୍ରମଣ ଉପରେ ସରକାରଙ୍କୁ ବଡ଼ ପଦକ୍ଷେପ ନେବା ଉଚିତ । ଆମେ ସରକାରଙ୍କ ସହିତ ଅଛୁ। ବର୍ତ୍ତମାନ ସୀମାରେ ସୈନିକଙ୍କ ଆବଶ୍ୟକତା ରହିଛି। ପାକିସ୍ତାନ ଏବଂ ଚୀନ୍ ଉଭୟ ଆମ ପାଇଁ ଚ୍ୟାଲେଞ୍ଜ । ଅଖିଳେଶ କହିଛନ୍ତି, ଆମେ ଯଦି ପିଓକେ(ପାକିସ୍ତାନ ଅଧୀକୃତ କାଶ୍ମୀର) ଆଡ଼କୁ ଦେଖିବା ତେବେ ଆମକୁ ଚୀନ୍‌ ସହ ମୁକାବିଲା କରିବାକୁ ପଡ଼ିବ । 

ଅଖିଳେଶ ଆହୁରି କହିଛନ୍ତି ଯେ, ଆମେ ଖୋଲା ମଞ୍ଚରେ ରାଣା ସାଙ୍ଗାଙ୍କ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। କିନ୍ତୁ କାଶ୍ମୀରରେ ୨୪ଟି ଆସନ ଖାଲି ଅଛି। ଏଠାରେ ବୁଲୁଥିବା ଏହି ସେନା (କରଣୀ ସେନା) ସେଠାକୁ ଯାଇ ନିର୍ବାଚନ ପରିଚାଳନା କରିବା ଉଚିତ। ଏସ୍ ପି ମୁଖ୍ୟ କହିଛନ୍ତି ଯେ, ପ୍ରଶ୍ନ ଏହା ନୁହେଁ ଯେ ମୁଁ କାହା ଘରକୁ ଯାଉଛି ଏବଂ କାହା ଘରକୁ ଯିବି ନାହିଁ। ପ୍ରଶ୍ନ ହେଉଛି ଆତଙ୍କବାଦୀମାନେ ଆମ ଘରେ କିପରି ପ୍ରବେଶ କଲେ ?

 ଦିଲ୍ଲୀରୁ ଏହା ଉପରେ ପ୍ରଶ୍ନ ଉଠାଇ ସରକାର ଧ୍ୟାନ ହଟାଇବାକୁ ଚାହୁଁଛନ୍ତି । ଶହୀଦଙ୍କ ପରିବାର ସରକାରଙ୍କ ସାଂସଦ ଏବଂ ମନ୍ତ୍ରୀଙ୍କ ଉପରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କେହି ମୃତକଙ୍କ ବିଷୟରେ ପଚାରିବାକୁ ଆସିନଥିଲେ । ହସ୍ପିଟାଲରେ ପୀଡିତମାନଙ୍କୁ ଦେଖିବାକୁ କେହି ଗଲେ ନାହିଁ। ଆମେ ବିଶ୍ୱନେତା ବୋଲି ଦାବି କରୁଛୁ। ଯେଉଁମାନେ ଏକ ଧର୍ମନିରପେକ୍ଷ ଏବଂ ସମାଜବାଦୀ ଦେଶ ଗଠନ କରିବାକୁ ଚାହୁଁଥିଲେ, ସେମାନେ ସାମ୍ପ୍ରଦାୟିକ ହୋଇଗଲେ । ତାଙ୍କର ସମ୍ପୂର୍ଣ୍ଣ ଗୋଷ୍ଠୀ ବ୍ରିଟିଶମାନଙ୍କ ଦ୍ୱାରା ତିଆରି ଫର୍ମୁଲା ଉପରେ କାମ କରୁଛନ୍ତି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି । 

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅଖିଳେଶ ଯାଦବ ଦୃଢ଼ ନିନ୍ଦା କରିଛନ୍ତି । ସେ ଏହାକୁ ସୁରକ୍ଷା ତ୍ରୁଟି ଏବଂ ଗୁଇନ୍ଦା ବିଫଳତାର ପରିଣାମ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହିତ, କେନ୍ଦ୍ର ସରକାରଙ୍କ ନିକଟରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦାବି କରିଛନ୍ତ । ପୀଡିତ ପରିବାର ପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଏବଂ ସରକାରୀ ଚାକିରି ଦେବାକୁ ମଧ୍ୟ ଦାବି କରିଛନ୍ତି ଅଖିଳେଶ ଯାଦବ ।ସେପଟେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଅଖିଳେଶ । ସୂଚନଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଆକ୍ରମଣ ପରଠାରୁ ଜମ୍ମୁ-କାଶ୍ମୀରରେ ସେନା କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.