ମୁମ୍ବାଇ,୦୬/୦୭: ଫିଲ୍ମ ଇଣ୍ଡଷ୍ଟ୍ରିଜରେ କିଛି ଏମିତି ଅଭିନେତା ଅଛନ୍ତି ଯିଏକି ତାଙ୍କ ଦମଦାର ଅଭିନୟ ପାଇଁ ଜଣାଶୁଣା । ଯଦି ୧୯୬୦ ଦଶକର କଥା କହିବା ତେବେ ସେହି ସମୟରେ କିଛି ଏମିତି ଚେହେରା ପରଦାରେ ଦେଖିବାକୁ ମିଳୁଥିଲା । ହିନ୍ଦୀ ସିନେମାରେ ୬୦ ଦଶକରେ ଏକ ଚେହେରାର ଏଣ୍ଟ୍ରି ହୋଇଥିଲା ଯିଏ ତାଙ୍କ ଅଭିନୟରେ ସମସ୍ତଙ୍କ ହୃଦୟରେ ଘର କରି ନେଇଥିଲେ । ଆଉ କେହି ନୁହନ୍ତି ସେ ହେଉଛନ୍ତି ସୁଶୀଳ କୁମାର । ତାଙ୍କ ଜୀବନ ଥିଲା ପ୍ରେରଣାଦାୟୀ । ଆର୍ଥିକ ସ୍ଥିତି ଖରାପ ଥିବାରୁ ଅଭିନେତା ହୋଇଥିଲେ । ୧ ରୋଲ୍ରୁ ମିଳିଥିଲା ଷ୍ଟାରଡମ୍ । ଫିଲ୍ମ 'ଦୋସ୍ତି' ପରେ କେଉଁ ଆଡେ ହଜି ଯାଇଛନ୍ତି ସୁଶୀଳ କୁମାର । ଏବେ ଫିଲ୍ମ ନ କରି କରୁଛନ୍ତି ଏହି କାମ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।
୬୦ ଦଶକରେ, ହିନ୍ଦୀ ସିନେମାରେ ଏକ ଚେହେରା ଦେଖିବାକୁ ମିଳିଥିଲା । ଯିଏ ତାଙ୍କର ସରଳ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ହେଉଛନ୍ତି ସୁଶୀଲ କୁମାର ଥିଲେ। ଏହି ନାୟକଙ୍କ ଜୀବନ ବହୁତ ପ୍ରେରଣାଦାୟକ। ସେ 'ଧୂଲ୍ କା ଫୁଲ', 'କାଲା ବଜାର' ଏବଂ 'ଦୋସ୍ତି' ଭଳି ଫିଲ୍ମ ପାଇଁ ଜଣାଶୁଣା । ରାଜଶ୍ରୀ ପ୍ରଡକ୍ସନ୍ସ ତାଙ୍କୁ ୩ ବର୍ଷର ଚୁକ୍ତିନାମା ପ୍ରଦାନ କରିଥିଲା । ଏହା ପରେ ଅଭିନେତାଙ୍କ ଭାଗ୍ୟ ଚମକିଥିଲା । ସେହି ସମୟରେ ଏହି ପ୍ରଡକ୍ସନ୍ ହାଉସ୍ ସହିତ କାମ କରିବା ଅନେକ ତାରକାଙ୍କ ସ୍ୱପ୍ନ ଥିଲା । ସୁଶୀଲ କୁମାରଙ୍କ ଫିଲ୍ମ କ୍ୟାରିଅର୍ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ ।
ବାଧ୍ୟରେ ହୋଇଥିଲେ ଅଭିନେତା- କରାଚୀର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିବା ସୁଶୀଳ । ଦେଶ ବିଭାଜନ ପରେ ତାଙ୍କ ପରିବାର ସହିତ ଭାରତ ଆସିଥିଲେ। ପରିବାର ବ୍ୟବସାୟ କରୁଥିଲେ, କିନ୍ତୁ ଏହା ଭଲ ଚାଲିନଥିଲା । ୧୯୫୩ ମସିହାରେ, ସେ ମୁମ୍ବାଇର ମାହିମ ଅଞ୍ଚଳରେ ରହିଥିଲେ। ସେଠାରେ ତାଙ୍କ ଜେଜେବାପା ବ୍ୟବସାୟରେ ବହୁତ କ୍ଷତି ସହି ଦେବାଳିଆ ହୋଇଗଲେ। ଆର୍ଥିକ ସଙ୍କଟରେ ପାଇଁ ବାଧ୍ୟ ହୋଇ ଅଭିନୟ ଦୁନିଆକୁ ଆସିଥିଲେ । ତାଙ୍କର ପ୍ରକୃତ ସଂଘର୍ଷ ଆରମ୍ଭ ହୋଇଥିଲା ଯେତେବେଳେ ସୁଶୀଲ କୁମାରଙ୍କ ବାପା ଏବଂ ଜେଜେବାପାଙ୍କର ଦେହାନ୍ତ ହୋଇଥିଲା । ଆର୍ଥିକ ସଙ୍କଟ ଯୋଗୁଁ ଚଳଚ୍ଚିତ୍ରରେ କାମ କରିବାକୁ ପଡିଥିଲା । କେବଳ ଗୋଟିଏ ଫିଲ୍ମରୁ ଷ୍ଟାର ହୋଇଯାଇଥିଲେ । ସୁଶୀଲ କୁମାର 'ଫିର ସୁବାହ ହୋଗି', 'ମୈନେ ଜୀନା ସୀଖ ଲିୟା', 'ଶ୍ରୀମାନ ସତ୍ୟବାଦୀ', 'ଦିଲ୍ ଭି ତେରା ହମ୍ ଭି ତେରେ', 'ସଂଯୋଗ', 'ଏକ ଲଡକି ସାତ ଲଡକେ', 'ଫୁଲ ବନେ ଅଙ୍ଗରେ' ଏବଂ 'ସହେଲି' ଭଳି ଫିଲ୍ମରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ ।
ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର- ରାଜଶ୍ରୀ ପ୍ରଡକ୍ସନର ମାଲିକ ତାରାଚନ୍ଦଙ୍କ ବଙ୍ଗାଳୀ ଫିଲ୍ମ 'ଲାଲୁ-ଭାଲୁ'ର ହିନ୍ଦୀ ରିମେକରେ ସୁଶୀଳ କୁମାରଙ୍କୁ କାଷ୍ଟ କରାଯାଇଥିଲା । ଯାହାର ନାମ 'ଦୋସ୍ତି' ରଖାଯାଇଥିଲା । ସେ ସମୟରେ ଏହା ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ଏହି ଫିଲ୍ମ ସୁଶୀଳଙ୍କୁ ନେମ୍ ଫେମ୍ ଦେଇଥିଲା । ପ୍ରଶଂସା ମିଳିବା ପରେ ବି ଧୀରେ ଧୀରେ ଫିଲ୍ମଠୁ ଦୂରେଇ ଯାଇଥିଲେ । ଫିଲ୍ମ ନକରି ଏୟାର ଇଣ୍ଡିଆରେ ଚାକିରି କରୁଛନ୍ତି । ସୁଶୀଳ ୨୦୧୪ରେ ରେଡିଓ କାର୍ଯ୍ୟକ୍ରମରେ 'ସୁହାନା ସଫର ବିଦ ଅତ୍ରୁ କପୁର'ରେ ତାଙ୍କ ଜୀବନ କାହାଣୀ କହିଥିଲେ ।